ଅଭିଶପ୍ତ ପାଲଟିଛି ଜୀବନ: ମାନସିକ ଭାରସାମ୍ୟ ହରାଇଥିବା ମୁକ୍ତାଙ୍କ ପାଦରେ ଶିକୁଳି, ଅର୍ଥ ଅଭାବରୁ ଚିକିତ୍ସା କରିବାକୁ ଅସମର୍ଥ ପରିବାର

ମାଲକାନଗିରି: ଅଭିଶପ୍ତ ପାଲଟିଛି ଜୀବନ। ବନ୍ଦ ଘର ଭିତରେ ବିତୁଛି ଦିନ। ଅସହାୟ ପରିବାର ଲୋକେ କରିପାରୁନାହାନ୍ତି ଚିକିତ୍ସା ।ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁପୁଲିଗୁଡା ଗାଁ ରେ ଦେଖାବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା। ଆଦିବାସୀ ମହିଳାଙ୍କୁ ବନ୍ଦ ଘରେ ସିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ।  ଗାଁର ସମାରୁ ପୁଟିଆଙ୍କ ପତ୍ନୀ ମୁକ୍ତା।ତାଙ୍କୁ ୫ ମାସ ହେବ ବନ୍ଦ ଘରେ ରଖାଯାଇଛି। ମା କୁ ଦେଖିବାକୁ ଛୁଆମାନଙ୍କ ପାଇଁ ବାଉଁଶ ବାଡ଼ ସାଜିଛି ଭରସା।

ଆଗରୁ ସବୁକିଛି ଠିକ ଠାକ ଚାଲୁଥିବା ବେଳେ ହଠାତ କାହିଁକି ଏଭଳି ହେଲା ତାହା ଏବେ ବି କିଏ ଜାଣିପାରୁନାହାନ୍ତି। ଗରିବ ପରିବାର ହୋଇଥିବାରୁ ଚିକିତ୍ସା ମଧ୍ୟ କରିପାରୁନାହାନ୍ତି। ତେଣୁ କେବଳ ଗୁଣି ଗାରେଡି ହିଁ ଏମାନଙ୍କ ସାହା ଭରସା। ମାନସିକ ଭାରସାମ୍ୟ ହରାଇ ଥିବାରୁ ବିଭିନ୍ନ ଲୋକଙ୍କ ଉପରେ ଆକ୍ରମଣ କରିବାରୁ ବାଧ୍ୟ ହୋଇ ପରିବାର malkangiriଲୋକେ ଏଭକି ପନ୍ଥା ଅପଣେଇଛନ୍ତି।

womanପୂର୍ବରୁ ଏଭଳି ନଥିଲେ ମୁକ୍ତା। ଗତ କିଛି ମାସ ତଳେ ଜମିଜମା ମାମଲାକୁ ନେଇ ବିବାଦ ହୋଇଥିଲା। ଆଖି ଆଗରେ ନିଜ ଜମି ଅନ୍ୟ ପାଖକୁ ଚାଲିଯିବାର ଦେଖି ପରବର୍ତୀ ସମୟରେ ମାନସିକ ଭାରସାମ୍ୟ ହରାଇବସିଥିଲେ ମୁକ୍ତ। ଯାହାକୁ ଦେଖିଲେ ଠେଲା ମାଡ଼ ମାରିଲେ । ଯାହାଫଳରେ ପରିବାର ଲୋକେ ତାଙ୍କୁ ଆୟତ୍ତ କରିପାରିଲେନି। ତେଣୁ ତାଙ୍କୁ ସିକୁଳି ରେ ବାନ୍ଧି ଦେଖିବାକୁ ମାଧ୍ଯ ହେଲେ। ଏପଟେ ଗରିବ ଶ୍ରେଣୀର ହୋଇଥିବାରୁ ମେଡିକାଲ ଖର୍ଚ୍ଚ ପାଇଁ ପରିବାର ଅସମର୍ଥ।ତେବେ ଅନ୍ଯପଟେ ମାଥିଲି ଡାକ୍ତର ଏନେଇ ଜାଣିବାପରେ କହିଛନ୍ତି ଯେ ମୁକ୍ତାଙ୍କୁ ତୁରନ୍ତ ମେଡିକାଲ ସହଯୋଗ ଯୋଗାଇଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.