Below header

ଭାରତରେ ୧୯୭ରେ ପହଁଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ, ୨୫ ଜଣ ବିଦେଶୀ ନାଗରିକ

ନୂଆଦିଲ୍ଳୀ: ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁ ୧୯୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୪୮ ଜଣ ଭାରତୀୟ ହୋଇଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି । ସେହିପରି ୨୦ ଜଣ ମେଡିକାଲରୁ ଡିସ୍‌ଚାର୍ଜ ହୋଇଥିବା ବେଳେ ୪ ଜଣଙ୍କ କରୋନା ଭାଇରସ୍‌ରେ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଜଣେ, କର୍ଣ୍ଣାଟକରେ ଜଣେ, ମହାରାଷ୍ଟ୍ରରେ ଜଣେ ଓ ପଞ୍ଜାବରେ ଜଣଙ୍କ ମୃତ୍ୟୁ ହୋଇଛି ।

coronavirus-testକରୋନା ମୁକାବିଲା କରିବାକୁ ଆନ୍ତର୍ଜାତିକ ବିମାନ ସେବା ଉପରେ କଟକଣା ଲାଗିଛି । ମାର୍ଚ୍ଚ ୨୨ରୁ ସପ୍ତାହେ ପର୍ଯ୍ୟନ୍ତ କୌଣସି ବ୍ୟାବସାୟୀ କି ଯାତ୍ରୀବାହୀ ଆନ୍ତର୍ଜାତିକ ବିମାନ ଭାରତରେ ଲ୍ୟାଣ୍ଡ କରିପାରିବ ନାହିଁ । ଜନ ପ୍ରତିନିଧି କିମ୍ବା ମେଡିକାଲ ସାହାଯ୍ୟ ଆବଶ୍ୟକ କରୁଥିବା ବୟସ୍କଙ୍କୁ ଛାଡି, ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବାକୁ ରାଜ୍ୟ ଗୁଡିକୁ କୁହାଯାଇଛି । ଏହାସହ ୧୦ ବର୍ଷରୁ କମ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାମ କରିବା ନେଇ ନିୟମାବଳୀ କରିବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.