ଶ୍ରୀମନ୍ଦିରରେ ଦର୍ଶନ ସିନା ବନ୍ଦ ତେବେ ମହାପ୍ରସାଦ ବାହାରିବ, ଭକ୍ତ ଚାହିଁଲେ ବରାଦୀ ପ୍ରସାଦ ନେଇ ପାରିବେ

ପୁରୀ (କେ ନ୍ୟୁଜ୍‌) : ଆଜିଠୁ ପୁରୀ ଶ୍ରୀମନ୍ଦିର ସମେତ ରାଜ୍ୟରେ ସମସ୍ତ ଧାର୍ମିକ ସ୍ଥଳୀରେ ବନ୍ଦ ରହିଲା  ଦର୍ଶନ । ସର୍ବସାଧାରଣ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ପାରିବେ ନାହିଁ । ସେବାୟତଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ଦର୍ଶନ ଉପରେ ବି ସଂପୂର୍ଣ୍ଣ କଟକଣା ଲଗା ଯାଇଛି । କେବଳ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରକୁ ସେହିଦିନର ପାଳିଆ ସେବାୟତମାନେ ଯାଇପାରିବେ । ସେହିପରି ପାର୍ଶ୍ୱ ଦେବଦେବୀ ମନ୍ଦିରରେ ସଂପୃକ୍ତ ସେବାୟତ ମଧ୍ୟ ସେବାନୀତି କରିବେ ।

PURI-2କରୋନା ମୁକାବିଲା ନେଇ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ୪ ଦିନ ଧରି ପୁରୀରେ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଚାଲିଥିଲା । ହେଲେ ସାମାଜିକ ଦୂରତ୍ୱ ବଜାୟ ରଖିବା କଷ୍ଟକର ହେବାରୁ ଆଜିଠୁ ଆସନ୍ତା ୩୧ ତାରିଖ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ମନା କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲାଗୁ କରାଯାଇଥିଲେ ମଧ୍ୟ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ କିଛି ବ୍ୟତିକ୍ରମ ହେବନାହିଁ ।

PURI-1

ପ୍ରଶାସନ ପକ୍ଷରୁ ପ୍ରତିଦିନ କୋଠ ଭୋଗ ପ୍ରସ୍ତୁତି ଓ ଭୋଗ କରାଯିବ । ଶ୍ରଦ୍ଧାଳୁମାନେ ଚାହିଁଲେ ବରାଦୀ ମହାପ୍ରସାଦ ସୂପକାରଙ୍କ ସହାୟତାରେ କରିପାରିବେ । ଶ୍ରୀମନ୍ଦିର ଇତିହାସରେ ଭକ୍ତଙ୍କ ପାଇଁ ଦର୍ଶନରେ ଏପରି କଟକଣା ପ୍ରଥମ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.