ଲକ୍ ଡାଉନର ପ୍ରଭାବ, ରାସ୍ତାରେ ଢାଳି ହୋଇଯାଇଥିବା କ୍ଷୀରକୁ ଏକାସହ ପିଉଛନ୍ତି ମଣିଷ ଓ କୁକୁର, ଦେଖନ୍ତୁ ଭିଡିଓ

ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ୍ ପର୍ଯ୍ୟନ୍ତ ଏଥିରେ 10 ହଜାରରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ବେଳେ 358 ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ଆଗ୍ରାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ଆଖିରେ ଲୁହ ଆଣିଦେବ । ଆଗ୍ରାର ରାମବାଗ ଛକରେ ଏକ କ୍ଷୀରବାଲାର କନଷ୍ଟର ତଳେ ପଡି ଯାଇଥିଲା ଯାହାଦ୍ୱାରା ସମସ୍ତ କ୍ଷୀର ତଳେ ଢାଳି ହୋଇଯାଇଥିଲା । ଏହାପରେ ସେହି ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଦେଖିଲେ ଆପଣ ଭାବବିହ୍ବଳ ହୋଇପଡ଼ିବେ । ରାସ୍ତାର ଗୋଟିଏ ପାର୍ଶ୍ୱରୁ କୁକୁରମାନେ କ୍ଷୀର ପିଉଥିବା ବେଳେ ଅନ୍ୟ ପାର୍ଶ୍ୱରୁ ଜଣେ ବ୍ୟକ୍ତି ହାତରେ କ୍ଷୀର ଉଠାଇ ଏକ ପାତ୍ରରେ ରଖୁଥିଲେ ।


ସୁଚନା ମୁତାବକ ଦେଶରେ 21 ଦିନ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି । ଯାହା ବଢ଼ିପାରେ ବୋଲି ମଧ୍ଯ ସଂକେତ ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ 10ଟା ସମୟରେ ଦେଶକୁ ସମ୍ବୋଧିତ କରିବା ସମୟରେ ଏହାର ଅବଧି ବଢାଇ ପାରନ୍ତି ବୋଲି ସୁଚନା ମିଳିଛି । ଯଦିଓ ଏହା ପୂର୍ବରୁ କରୋନାର ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ମହାରାଷ୍ଟ୍ର, ପଞ୍ଜାବ, ପଶ୍ଚିମବଙ୍ଗ ଓ ଓଡିଶା ସମେତ ଅନେକ ରାଜ୍ୟରେ 30 ଏପ୍ରିଲ୍ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢାଇ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.