ଆଜି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ସମ୍ବୋଧନ, ଜଣାପଡିବ ଲକଡାଉନ ଅବଧି ଆଗକୁ ବଢିବ ନା ନାହିଁ

ଲକଡାଉନକୁ ବୃଦ୍ଧି କରିବା ସମ୍ୱନ୍ଧରେ ପ୍ରଧାନମନ୍ତ୍ରୀ ଆଜି ସକାଳ ୧୦ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ୧୪ ଏପ୍ରିଲରେ ଲକଡାଉନ ଅବଧି ଶେଷ ହେଉଛି। ଲକଡାଉନ ସମୟରେ ଚାଷ କାର୍ଯ୍ୟକି କୋହଳ କରାଯାଇଥିଲା କିନ୍ତୁ କାରଖାନା ବନ୍ଦ ଥିଲା। ଆଜି ଦେଶବାସୀଙ୍କୁ ମୋଦି ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ସମ୍ପର୍କରେ ଜଣାଇବେ। ଅନୁମାନ କରାଯାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସରକାର ଛୋଟ ଏବଂ ମଧ୍ୟମ ଉଦ୍ୟୋଗକୁ ଖୋଲିବା ପାଇଁ ଅନୁମତି ଦେଇପାରନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ କହିବାନୁଯାୟୀ, ଯେତେବେଳେ ଲକଡାଉନ ଚାଲୁ ରହିଛି ସେତେବେଳେ ଜୀବନ ଜୀବିକା ଅଟକିବା ଉଚିତ ନୁହେଁ। ଏହି ସବୁ ମଧ୍ୟରେ ଓଡିଶା, ତାମିଲନାଡୁ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ ଏବଂ ମିଜରାମ ଲକଡାଉନ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଦେଶରେ ସୋମବାର ଦିନ ମୋଟ ୯,୩୫୨ ଜଣ ଲୋକ ସଂକ୍ରମିତ ହୋଇଥିବାବେଳେ ୩୨୪ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ଆଜି ସକାଳ ୧୦ ପରେ ମୋଦିଙ୍କ ସଂଵୋଧନ ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ହେବ। ଆଉ ଜଣାପଡିବ ଦେଶରେ ପୁଣି କେତେ ଦିନ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବଢ଼ାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.