Below header

ପାକ୍‌ ସେନାରେ ଦ୍ରୁତଗତିରେ ମାଡ଼ି ଚାଲିଛି କରୋନା, ଏବେ ଯାଏଁ ୫୩ ଯବାନଙ୍କ ମୃତ୍ୟୁ

ପାକ୍‌ ଅଧିକୃତ କଶ୍ମୀର ଓ ଗିଲଗିତ ବଲ୍ଟିସ୍ତାନ୍‌ରେ ବ୍ୟାପୁଥିବା କରୋନା ସ୍ଥିତିକୁ କାବୁ କରିବାରେ ପାକ୍‌ ସରକାର ବିଫଳ ହୋଇଥିବା ବେଳେ ଏବେ ସଂକ୍ରମଣ ପାକିସ୍ତାନୀ ସେନା ପର୍ଯ୍ୟନ୍ତ ପହଞ୍ଚିଲାଣି। ଏହି ଅଞ୍ଚଳରେ ମୁତୟନ ଥିବା ପାକିସ୍ତାନୀ ସେନାଙ୍କ ମଧ୍ୟରେ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରିପୋର୍ଟ ମୁତାବକ ଏବେ ଯାଏଁ କରୋନାରେ ପ୍ରାୟ ୫୩ ଜଣ ପାକ୍‌ ସେନା ଓ ଅଧିକାରୀଙ୍କ ମୃତ୍ୟୁ ଘଟିସାରିଲାଣି। ଚଳିତବର୍ଷ ଜୁନ୍‌ ମାସ ଯାଏଁ ପାକିସ୍ତାନୀ ସେନାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୫୦୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୮୨୭ ରହିଛି।

imran

 

ସୂଚନାନୁଯାୟୀ, ପିଓକେ ଓ ଗିଲଗିତ-ବଲ୍ଟିସ୍ତାନ୍‌ରେ ପାକିସ୍ତାନୀ ସେନାର କ୍ୟାମ୍ପ ଓ ବାରାକ୍‌ରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗଛି। ଏହା ଏବେ ସମଗ୍ର ଦେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏହା କାରଣରୁ ଦେଶର ଲୋକମାନେ ପାକ୍‌ ସରକାରଙ୍କୁ ଦୋଷ ଦେଇଛନ୍ତି। ସରକାର ଠିକ୍‌ ଭାବେ କରୋନା ମୁକାବିଲା କରିପାରୁନଥିବା ଅଭିଯୋଗ ହେଉଛି। ସରକାରଙ୍କୁ ବିରୋଧ କରି ସ୍ଥାନୀୟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖାଯାଇଛି।

Coronavirus Updates: US extends travel ban to Britain, Ireland ...

ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରୁ ସଂକ୍ରମିତ ରୋଗୀଙ୍କୁ ବାରାକ୍‌ରେ ସ୍ଥିତ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଆଣି ରଖାଯାଉଥିବାରୁ ସଂକ୍ରମଣ ବଢ଼ୁଛି। ତେବେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ପିଓକେଠାରେ ପାକ୍‌ ସେନା ତରଫରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ଅନ୍ୟପଟେ ଭାରତୀୟ ସେନା ମଧ୍ୟ ପାକ୍‌କୁ ମୁହଁତୋଡ଼ ଜବାବ ଦେଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.