ଦେଶର ସବୁଠୁ ବଡ ବୋମା, ଯାହା କ୍ଷଣକରେ ଧ୍ୱଂସ କରିଦେବ ଶତ୍ରୁର ବଡ ବଡ ବଙ୍କର

ମଧ୍ୟପ୍ରଦେଶର ଜବଲପୁରର ଖମରିୟା ଅଡିଏନ୍ସ ଫ୍ୟାକ୍ଟ୍ରିରେ ଦେଶର ସବୁଠାରୁ ବଡ ବୋମା ତିଆରି ହୋଇଛି। ଏହି ବୋମାର ଓଜନ ୫୦୦ କେଜି ରହିଛି। ଏହି ବୋମାର ଲମ୍ବା ୧.୯ ମିଟର ରହିଛି। ଏହା ଦେଶର ଶତ୍ରୁମାନଙ୍କର ବିନାଶ ସାଜିବ। କେବଳ ସେତିକି ନୁହେଁ, ବାୟୁସେନାର ଶକ୍ତି ବଢାଇବ ଏହି ବୋମା।

ଏହା ଏତେ ମାତ୍ରାରେ ବିଧ୍ୱଂସକ ଯେ, ବଡ ବଡ ବଙ୍କରକୁ କିଛି କ୍ଷଣରେ ନଷ୍ଟ କରିଦେବ। ଏହାକୁ ତିଆରି କରିବା ପାଇଁ ବ୍ୟବହାର ହୋଇ ଜ୍ଞାନକୌଶଳ ଯୋଗୁଁ ଏହା ବଙ୍କର ମଧ୍ୟ ନଷ୍ଟ କରିଦେବ। ଏହି ବୋମାର ଡିଜାଇନ ଏବଂ ନିର୍ମାଣ ଜବଲପୁରର ଖମରିୟା ଅଡିଏନ୍ସ ଫ୍ୟାକ୍ଟ୍ରିରେ କରାଯାଇଛି।

ଏହି ବୋମାକୁ ଜାଗୁଆର ଏବଂ ସୁଖୋଇ ବିନାମ ହିଁ ନେଇପାରିବ। ଏହାର ଗୋଟିଏ ବିସ୍ଫୋରଣରେ ସଂପୂର୍ଣ୍ଣ ଏୟାରପୋର୍ଟ ଛାରଖାର ହୋଇଯାଇପାରେ। ବଡ ପୋଲ ହେଉ କିମ୍ବା ରେଲେଓ୍ଵ ଟ୍ରାକକୁ ଏହି ବୋମା ସାହାଯ୍ୟରେ ସଂପୂର୍ଣ୍ଣ ଧ୍ୱଂସ କରାଯାଇପାରିବ। ବୋମା ବିସ୍ଫୋରଣ ହେବା ପରେ ୫୦ ପ୍ରତି ଗୋଳା ୫୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ।

ଏହି ବୋମା ଭିତରେ ୧୫ ମିମିର ୧୦,୩୦୦ ଗୋଳା ରହିଛି। ଏହାର ଗୋଟିଏ ଗୋଳା ୧୨ ମିଲି ଷ୍ଟ୍ରିଲ ପ୍ଲେଟକୁ ଭେଦ କରିବାରେ ମଧ୍ୟ ସକ୍ଷମ।

ଦେଶର ସୈନ୍ୟ କ୍ଷମତା ଏବଂ ଶକ୍ତି ବଢାଇବାରେ ଜବଲପୁରର ଯୋଗଦାନ ଅତୁଳନୀୟ। ଏଠିକାର ଫ୍ୟାକ୍ଟ୍ରିରେ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତୀୟ ସେନାର ଶକ୍ତି ବଢାଇଥାଏ। ଯାହା ଯୋଗୁଁ ଭାରତକୁ ଶତ୍ରୁମାନେ ଆକ୍ରମଣ କରିବାରୁ ଡରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.