ମାର୍ଚ୍ଚ ୩୧ରୁ ଦେଶରୁ ହଟିବ କୋଭିଡ-୧୯ କଟକଣା, ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ

କେନ୍ୟୁଜ୍(ବ୍ୟୁରୋ): ୨ ବର୍ଷ ପରେ ଦେଶରୁ ହଟିଲା ମହାମାରୀ ଆଇନ। ମାର୍ଚ୍ଚ ୩୧ତାରିଖରୁ ଦେଶରୁ କୋଭିଡ ୧୯ ସମ୍ବନ୍ଧୀୟ କଟକଣାକୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଏପ୍ରିଲ ୧ରୁ ମହାମାରୀ ଆଇନ ହଟିବା ନେଇ କେନ୍ଦ୍ର ଗୃହ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ନିୟମ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପରାମର୍ଶ ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦେଶରେ କୋଭିଡ ସଂକ୍ରମଣ ଚିହ୍ନଟ ହେବା ପରେ ୨୦୨୦ ମାର୍ଚ୍ଚ ୨୪ ତାରିଖରେ ମହାମାରୀ ଆଇନ ଲାଗୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.