କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ପାଇଁ ‘କୋଭୋଭ୍ୟାକ୍ସ’ ଏକ ଭଲ ବୁଷ୍ଟର: ଭାଇରୋଲୋଜିଷ୍ଟ୍

ଭାରତରେ କୋଭିଡ-୧୯ ବିରୋଧରେ ଯେଉଁ ଟିକାଗୁଡ଼ିକୁ ଅନୁମୋଦନ ଦିଆଯାଇଛି, ସେଥି ମଧ୍ୟରୁ କୋଭୋଭ୍ୟାକ୍ସ ସେହି ଲୋକଙ୍କ ପାଇଁ ଏକ ଭଲ ବୁଷ୍ଟର ଡୋଜ ହେବ, ଯେଉଁମାନଙ୍କୁ ପୂର୍ବରୁ କୋଭିଶିଲ୍ଡ ଟିକା ଲାଗି ସାରିଛି। ଏହି ସୂଚନା ଦେଇଛନ୍ତି ପ୍ରଖ୍ୟାତ ଭାଇରୋଲୋଜିଷ୍ଟ୍ ବୈଜ୍ଞାନିକ ଡା. ଶାହିଦ ଜମିଲ। ଇଣ୍ଡିଆନ୍ SARS-CoV-2 ଜିନୋମିକ୍ସ ସଂଘ (INSACOG)ର ପରାମର୍ଶଦାତା ଗୋଷ୍ଠୀର ପୂର୍ବତନ ମୁଖ୍ୟ ଜମିଲ୍ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଟିକାଗୁଡ଼ିକର ଅନ୍ୟାନ୍ୟ ସମ୍ମିଶ୍ରଣକୁ ନେଇ କୌଣସି ତଥ୍ୟ ଉପଲବ୍ଧ ନାହିଁ। ସେ କହିଥିଲେ, ବର୍ତ୍ତମାନର ତଥ୍ୟରୁ ଜଣାପଡ଼ିଛି କି, ଭାରତରେ ଅନୁମୋଦିତ ଟିକା ମଧ୍ୟରୁ କୋଭୋଭ୍ୟାକ୍ସ, କୋଭିଶିଲ୍ଡର ଆଉ ଏକ ଡୋଜ୍ ତୁଳନାରେ କୋଭିଶିଲ୍ଡ ଟିକାକରଣ ଲୋକଙ୍କ ପାଇଁ ଏକ ବଢ଼ିଆ ବୁଷ୍ଟର ଡୋଜ ହେବ। ଯଦିଓ ଅଧିକାରୀମାନେ କହିଛନ୍ତି ଯେ ‘precautionary dose’ ସେହି ଟିକାର ତୃତୀୟ ଡୋଜ ହେବ, ଯାହାକୁ ପୂର୍ବରୁ କୌଣସି ବ୍ୟକ୍ତି ନେଇଥିବେ।
କୋଭୋଭ୍ୟାକ୍ସକୁ ଆମେରିକାସ୍ଥିତ ଟିକା ନିର୍ମାତା Novavax Inc. ଦ୍ୱାରା ବିକଶିତ କରାଯାଇଛି, ଯିଏ NVX-CoV2373ର ବିକାଶ ଏବଂ ବ୍ୟବସାୟୀକରଣ ପାଇଁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଏକ ଲାଇସେନ୍ସ ଚୁକ୍ତି ଘୋଷଣା କରିଥିଲା। ଦ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସୋମବାର କୋଭୋଭ୍ୟାକ୍ସକୁ ମଞ୍ଜୁରୀ ଦେଇଛି। ସୂଚନାଥାଉ କି, ଭାରତ, କରୋନା ଭାଇରସ୍ ମହାମାରୀର ଏକ ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି। କାହିଁକିନା, ଭାଇରସ୍ର ଓମିକ୍ରନ ଭାରିଆଣ୍ଟ ଏବେ ସାମ୍ନାକୁ ଆସିଛି, ଯାହାକୁ କୋଭିଡ୍ର ଅନ୍ୟ ଭାରିଆଣ୍ଟ ତୁଳନାରେ ବହୁତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।
ଭାଇରୋଲୋଜିଷ୍ଟ ଗଗନଦୀପ କଙ୍ଗ କହିଛନ୍ତି, ବର୍ତ୍ତମାନ ଭାରତରେ ଏହି ସମ୍ବନ୍ଧରେ କୌଣସି ତଥ୍ୟ ଉପଲବ୍ଧ ନାହିଁ କି, ତୃତୀୟ ଡୋଜ ଭାବରେ କୌଣସି ଟିକାକୁ ବ୍ୟବହାର କରାଯିବା ଉଚିତ। ସେ ବ୍ରିଟେନର ଏକ ଅଧ୍ୟୟନର ଉଦାହରଣ ଦେଇଥିଲେ। ଏଥିରେ ସେହି ବ୍ୟକ୍ତିଙ୍କଠାରେ ଉତ୍ପନ୍ନ ରୋଗ ପ୍ରତିରୋଧକ ପ୍ରତିକ୍ରିୟାକୁ ଆକଳନ କରାଯାଇଥିଲା, ଯାହାଙ୍କୁ ପୂର୍ବରୁ ଏଷ୍ଟ୍ରାଜେନେକା (କୋଭିଶିଲ୍ଡ) ଟିକାର ଦୁଇଟି ଡୋଜ ମିଳି ସାରିଥିଲା ଏବଂ ସେମାନଙ୍କୁ ବୁଷ୍ଟର ଡୋଜ୍ ରୂପେ ସେହି ଟିକାର ତୃତୀୟ ଡୋଜ୍ କିମ୍ବା ନୋଭାଭ୍ୟାକ୍ସ (ଭାରତରେ ଯାହାକୁ କୋଭୋଭ୍ୟାକ୍ସ ରୂପରେ ଜଣା ଯାଇଥାଏ) ଟିକା ଲଗାଯାଇଥିଲା। ତାଙ୍କ କହିବା ଅନୁସାରେ, ଅଧ୍ୟୟନରୁ ଜଣାପଡିଛି ଯେ କୋଭିଶିଲ୍ଡର ଏକ ତୃତୀୟ ଡୋଜ Geometric Mean Ratio (GMR)ରେ ୩.୨୫ ବୃଦ୍ଧି କରିଥିବା ବେଳେ କୋଭୋଭ୍ୟାକ୍ସର ଗୋଟିଏ ବୁଷ୍ଟର ଡୋଜ୍ରେ ଆଠ ଗୁଣା ବୃଦ୍ଧି ହୋଇଛି ଏବଂ ଏକ mRNA ଟିକାରେ ୨୪ ଗୁଣା ବୃଦ୍ଧି ହୋଇଛି।