ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ, ଜାଣନ୍ତୁ କାହା ପାଇଁ କେଉଁ ସଙ୍କେତ

ଭୁବନେଶ୍ବର(କେନ୍ଯୁଜ୍): ଶେଷ ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି । ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ଚିହ୍ନଗୁଡ଼ିକ ସମ୍ପର୍କରେ ଅବଗତ କରାଗଲା । ଓ୍ଵାର୍ଡ ମେମ୍ବର, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଜାରି ହୋଇଛି ଚିହ୍ନ ।
ଓ୍ଵାର୍ଡ ମେମ୍ବର ୧୫, ସରପଞ୍ଚ ପାଇଁ ୩୨ ଓ ସମିତି ସଭ୍ୟ ପାଇଁ ୧୯ ସଙ୍କେତ ରହିଛି । ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ସେମାନଙ୍କ ଦଳୀୟ ସଙ୍କେତରେ ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢ଼ିବେ ।
ନିର୍ବାଚନ ସମୟରେ ପ୍ରାର୍ଥୀଙ୍କୁ ଓଡ଼ିଆ ଆଲଫାବେଟ୍ ଅନୁସାରେ ଚିହ୍ନ ପ୍ରଦାନ କରାଯିବ। କରୋନା ନେଇ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ରହିଛି। ନିର୍ବାଚନ ସମୟରେ ରାଜ୍ୟରେ କୋଭିଡ୍ ସ୍ଥିତି ଦେଖି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର କଟକଣା ଜାରି କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି।