ପ୍ରେମୀ ଯୁଗଳଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହେଉଛି ଏହି ମନ୍ଦିର, ସ୍ୱୟଂ ଭଗବାନ ଶିବ କରନ୍ତି ରକ୍ଷା

ଅନେକ ସମୟରେ ଘରୁ ବାହାରି ଆସୁଥିବା ପ୍ରେମୀ ଯୁଗଳଙ୍କ କଥା ତ ଆପଣ ଶୁଣିଥିବେ । କେମିତି ପରିସ୍ଥିତିରେ ନିଜର ପ୍ରେମକୁ ସଫଳ କରିବା ପାଇଁ ପରିବାରଙ୍କ ଠାରୁ ଲୁଚି ପ୍ରେମୀ ଯୁଗଳ ଘରୁ ଫେରାର ହୋଇ ଯାଆନ୍ତି । ପୁଣି ଏହା ଘରୁ ଯିବା ପରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖନ ସେମାନଙ୍କୁ କରିବାକୁ ପଡେ । କେତେବେଳେ ଘର ଲୋକଙ୍କ ଡର ଥାଏ ତ ପୁଣି କେତେବେଳେ ପୋଲିସ ର ଡର ।
କିନ୍ତୁ ବର୍ତ୍ତମାନ ଡରିବାର କୌଣସି ଚିନ୍ତା ନାହିଁ, ଆପଣ ଯଦି ନିଜର ଠିକ ଜୀବନ ସାଥୀ ପାଇ ଘରୁ ପଳାଉଛନ୍ତି କି ଦୁହିଙ୍କ କହିବା ପାଇଁ କୋଣସି ଅସୁବିଧା ହେଉଛି ତେବେ ଆପଣଙ୍କୁ ରକ୍ଷା କରିବେ ପ୍ରଭୁ ଶିବ ଶଙ୍କର ।

sanghchul mahadev
Picture Credit – Unplash11

ମାନ୍ୟତା ରହିଛି ଯେ ଏହି ଗ୍ରାମର ଲୋକଙ୍କୁ ଭଗବାନ ଶିବ ଆଦେଶ ଦେଇଛନ୍ତି ଯେ ସେମାନଙ୍କୁ ପ୍ରେମୀ ଯୁଗଳମାନଙ୍କର ରକ୍ଷା କରିବାର ଅଛି । ଯେତେବେଳେ ପାଣ୍ଡବ ଅଜ୍ଞାତବାସ କରିଥିଲେ ସେତେବେଳେ ସେମାନେ ଏହି ସ୍ଥାନରେ ହିଁ ପହଞ୍ଚିଥିଲେ ଓ ଏହି ଗ୍ରାମର ଲୋକେ ତାଙ୍କୁ ରହିବା ପାଇଁ ସାହାଯ୍ୟ କରିଥିଲେ ଓ ସଙ୍ଗ୍‌ଚୁଲ ମହାଦେବ ମଧ୍ୟ ତାଙ୍କୁ ରକ୍ଷା କରିଥିଲେ । ଠିକ ସେମିତି ଘରୁ ବାହାରି ଆସିଥୁବା ପ୍ରେମୀ ଯୁଗଳଙ୍କୁ ହୁଏତ ସମାଜ କୌଣସି ସାହାଯ୍ୟ କରିବନି କିନ୍ତୁ ବିଶ୍ୱାସ କରିଛି ଯେ ସେହି ପ୍ରେମୀ ଯୁଗଳଙ୍କ ପାଇଁ ହିମାଚଳ ପ୍ରଦେଶରେ ଥିବା ସଙ୍ଗ୍‌ଚୁଲ ମହାଦେବଙ୍କ ମନ୍ଦିର ହେଉଛି ସବୁଠାରୁ ସୁରକ୍ଷିତ ସ୍ଥାନ । ଏଠି ସ୍ୱୟଂ ପ୍ରଭୁ ଶିବ ଶଙ୍କର ପ୍ରେମୀ ଯୁଗଳଙ୍କୁ ଆଶ୍ରୟ ଦିଅନ୍ତି । ଏହି ମନ୍ଦିର ଏମିତି ଏକ ସ୍ଥାନରେ ରହିଛି ଯେ ଏଠି କାହାର ବି ଭୟ ନାହିଁ ଓ ଏହି ସ୍ଥାନକୁ ପୋଲିସ ମଧ୍ୟ ଆସନ୍ତି ନାହିଁ । ବାହାରୁ ଆସିଥିବା ପ୍ରେମୀ ଯୁଗଳଙ୍କ ପାଇଁ ଏଠାରେ ସବୁ ବ୍ୟବସ୍ଥା କରାଯାଇଛି ।

ଏହି ମନ୍ଦିରରେ ଓ ଏହାର ଆଖପାଖରେ ରହୁଥିବା ଲୋକେ ପ୍ରେମୀ ଯୁଗଳଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରି ଥାଆନ୍ତି । ତେବେ ପ୍ରଭୁ ଶିବଙ୍କର ଏହି ଶଙ୍ଗଚୁଲ ମହାଦେବ ମନ୍ଦିରଟି ହିମାଚଳ ପ୍ରଦେଶର କୁଲୁ ଠାରେ ଅବସ୍ଥିତ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ସ୍ଥାନ ପୃଥିବୀର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଇଛି । ତେବେ କୁଲୁ ଜିଲ୍ଲାର ଶାଙ୍ଗଡ ଗ୍ରାମରେ ଏକ ଭିନ୍ନ ପରମ୍ପାରା ରହିଛି । ଯଦି ଏହି ଗ୍ରାମ ପାଖାପାଖି କୌଣସି ପ୍ରେମୀ ଯୁଗଳ ଆସିଯାଆନ୍ତି ତେବେ ତାଙ୍କ ସୁରକ୍ଷା ଗାଁ ଲୋକେ କରନ୍ତି ।

lovers
Picture Credit – Unplash

ଗ୍ରାମର ଲୋକେ କୁହନ୍ତି ଯେ ଏହି ଗ୍ରାମକୁ ଓ ମନ୍ଦିରକୁ ଆସୁଥିବା ପ୍ରେମୀ ଯୁଗଳଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ ସ୍ୱୟଂ ପ୍ରଭୁ ମହାଦେବଙ୍କର ଆଦେଶ ରହିଛି । ତେବେ ଏହି ଗ୍ରାମକୁ କେହି ବି କୌଣସି ହତିଆର ଧରି ପ୍ରବେଶ କରିପାରିବେ ନାହିଁ । ପୁଣି ଗ୍ରାମର ଲୋକେ ପ୍ରେମୀ ଯୁଗଳଙ୍କୁ ବଞ୍ଚାଇବା ତାଙ୍କର କର୍ତ୍ତବ୍ୟ ବୋଲି ଭାବନ୍ତି । ଯେପର୍ଯ୍ୟନ୍ତ ପ୍ରେମୀ ଯୁଗଳଙ୍କ ପରିବାର ଙ୍କ ମଧ୍ୟରେ ସବୁକିଛି ଠିକ ଠାକ ନହୋଇଛି ସେ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଥିବା ବ୍ରାହ୍ମଣମାନେ ଦୁଇ ପ୍ରେମୀ ଯୁଗଳଙ୍କ ରକ୍ଷା କରିଥାଆନ୍ତି । ଏମିତିକି ତାଙ୍କ ରହିବା, ଖାଇବା ସବୁ ଦାୟିତ୍ୱ ଏଠାରେ ଥିବା ଲୋକେ ଉଠାନ୍ତି । କୌଣସି ବ୍ୟକ୍ତି ପ୍ରେମୀ ଯୁଗଳଙ୍କୁ କିଛି ବି କହିପାରିବେ ନାହିଁ ଏମିତିକି ଏହି ଗ୍ରାମରେ ଉଚ୍ଚ ସ୍ୱରରେ କଥା ହେବା ବି ନିଶେଦ୍ଧ ଅଟେ ।

କିନ୍ତୁ ଆପଣଙ୍କୁ ଗୋଟେ କଥା ମନେ ରଖିବାକୁ ପଡିବ ଯେ ବାପା ଓ ମା’ ସବୁବେଳେ ନିଜ ପିଲାମାନଙ୍କ ପାଇଁ ଭଲ ଚିନ୍ତା କରିଥାଆନ୍ତି । ତେବେ ସେ କେବେ ହେଲେ ବି ନିଜ ପିଲାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଏମିତି କିଛି କାମ କରିବେନି ଯାହା ପାଇଁ ତାଙ୍କ ପିଲାକୁ କଷ୍ଟ ହେବ । ତେଣୁ ଜୀବନରେ ଯେକୌଣସି ନିଷ୍ପତି ନେଉଛନ୍ତି ନିଜ ବାପା ମାଙ୍କ ଉପରେ ଭରଷା ରଖିବା ଦରକାର । କାହିଁକିନା ପିଲାମାନଙ୍କ ଠାରୁ ବାପା ମା ହିଁ ଅଧିକ ଦୁନିଆ ଦେଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.