୧ ଜାନୁଆରୀରୁ ଅନଲାଇନ ଫୁଡ଼ ଅର୍ଡର ଉପରେ ଦେବେ ଏକ୍ସଟ୍ରା ଚାର୍ଜ, ବଢ଼ିବ ଏତିକି ଟଙ୍କା

ଯଦି ଆପଣ ଘରେ ବସି ଅନଲାଇନ ମାଧ୍ୟମରେ ଖାଦ୍ୟ ଅର୍ଡର କରୁଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଆଗକୁ ଅନଲାଇନରେ ଖାଦ୍ୟ ଅର୍ଡର କରିବା ହେବ ଖୁବ ମହଙ୍ଗା। ଆସନ୍ତା ନୂଆବର୍ଷରୁ ଏହିନିୟମ ଲାଗୁ ହେବାକୁ ଯାଉଛି। ଯାହାର ଭାରି ପ୍ରଭାବ ସିଧା ଅନଲାଇନ ସପିଂ ପ୍ରେମୀଙ୍କ ପକେଟରେ ପଡ଼ିବ। ଜାଣିବା ପାଇଁ ଆଗକୁ ପଢ଼ନ୍ତୁ ।

ପ୍ରକୃତରେ ଜୋମାଟୋ ଓ ସ୍ୱିଗୀ ଭଳି ଅନଲାଇନ ଆପ୍‌ ଆଧାରିତ ଫୁଡ ଡେଲିଭରୀ ପ୍ଲାଟଫର୍ମକୁ ଏବେ ୫% ଜିଏସଟି ଦେବାକୁ ପଡ଼ିବ ।ଏହା ନୂଆବର୍ଷରୁ ଲାଗୁ ହେବ। ମାନେ ଆସନ୍ତା ୧ ଜାନୁଆରୀ ୨୦୨୨ରୁ ସେମାନେଙ୍କ ଉପରେ ଏହି ନିୟମ ଲାଗୁ କରାଯିବ। ଯାହା ପରୋକ୍ଷ ଭାବେ ୟୁଜର୍ସଙ୍କ ପକେଟ ଉପରେ ମଧ୍ୟ ପଡ଼ିବ।

swiggy
pc:theverge

ଲମ୍ବା ସମୟ ଧରି ଫୁଡ ଡେଲିଭରୀ ସର୍ଭିସ ପ୍ଲାଟଫର୍ମକୁ ମଧ୍ୟ ଜିଏସଟି ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ବର୍ଷ ୧୭ ଡିସେମ୍ବର ୨୦୨୧ରେ ହୋଇଥିବା ଜିଏସଟି କାଉଂସିଲ ବୈଠକରେ ଏହି ନିଷ୍ପତ୍ତି ଉପରେ ମଞ୍ଜୁରି ମିଳିଛି। ସରକାର ଏବେ ଖାଦ୍ୟ ବା ଫୁଡ ଡେଲିଭରୀ କରୁଥିବା କମ୍ପାନୀ ଉପରେ ୫% ଜିଏସଟି ଲାଗୁ କରାଯାଇଛି। ଏବେ ପର୍ଯ୍ୟନ୍ତ କେବଳ ରେସ୍ତୋରାଂ ଏହି ଟାକ୍ସ ଦେଉଥିଲା। କିନ୍ତୁ ନୂଆ ନିୟମ ପରେ ଫୁଡ ଡେଲିଭରୀ କମ୍ପାନୀଙ୍କୁ ଏହା ଅନ୍ତର୍ଭୁକ୍ତ କରାଯାଇଛି। ଏହା ୧ ଜାନୁଆରୀ ୨୦୨୨ରୁ ଆରମ୍ଭ ହେବ।

ଖବର ଅନୁଯାୟୀ ୟୁଜର୍ସଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କାରଣ ସରକାରଙ୍କ କହିବା ଅନୁଯାୟୀ ଟାକ୍ସ ଗ୍ରାହକଙ୍କଠୁ ନୁହେଁ ବରଂ ଆପ୍‌ କମ୍ପାନୀଠୁ ନିଆାଯିବ। କିନ୍ତୁ ଏହା ଆମକୁ ମଧ୍ୟ ଜଣା ଯେ ଯଦି ସରକାରଙ୍କ ତରଫରୁ କମ୍ପାନୀ ଉପରେ ପ୍ରେସର ପଡୁଛି ତେବେ କମ୍ପାନୀ କୌଣସି ପ୍ରକାରେ ଏହା ନିଜ ଗ୍ରାହକଙ୍କଠୁ ଫାଇଦା ଉଠାଇବ। ତେଣୁ ପ୍ରତ୍ୟକ୍ଷ ଭାବେ ନହେଲେ ବି ପରୋକ୍ଷ ଭାବେ ଏହା ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ଼ କରିବ।

swiggy food
pc: mint

ଜିଏସଟିର ନୂଆ ନିୟମ ଅନ୍ତର୍ଗତ ଫୁଡ ଏଗ୍ରିଗେଟର ଆପ୍‌ର ଏହି କାମ ରହିବ ଯେ ସେ ଯେଉଁ ରେସ୍ତୋରାଂରୁ ସର୍ଭିସ ପ୍ରୋଭାଇଡ କରୁଥିବେ ତାଙ୍କଠାରୁ ଟାକ୍ସ କଲେକ୍ଟ କରି ସରକାରଙ୍କ ପାଖେ ଜମା କରିବେ। ତେବେ ଖାଦ୍ୟକୁ ନେଇ ମଧ୍ୟ ଟଙ୍କା ବଢ଼ିବ। କାର୍ବୋନେଟେଡ ଫ୍ରୁଟ ଡି୍ରଙ୍କ ମହଙ୍ଗା ହେବ। ଏହା ଉପରେ ୨୮% ଜିଏସଟି ସହ ୧୨% କମ୍ପେନସେସନ୍‌ ସେସ୍‌ ମିଳିବ। ଏହାସହ ଆଇସକ୍ରିମ ଖାଇବା ମଧ୍ୟ ମହଙ୍ଗା ହୋଇଯିବ। ଏହା ଉପରେ ୧୮% ଟାକ୍ସ ଲାଗିବ। ମିଠା ସୁପାରି ଓ କୋଟେଡ ଇଲାଇଚୀରେ ୧୮% ଜିଏସଟି ଲାଗୁ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.