କୋଭୋଭାକ୍ସ ବୁଷ୍ଟର ଡୋଜକୁ ଆଗାମୀ ସପ୍ତାହରୁ ମିଳିପାରେ ମଞ୍ଜୁରୀ ! ଓମିକ୍ରମ ଭାରିଅଣ୍ଟ ଉପରେ ପକାଉଛି ଭଲ ପ୍ରଭାବ

କରୋନା ଭାଇରସ ଚୀନରେ ଦ୍ରୁତଗତିରେ ମାଡୁଥିବା ବେଳେ ଭାରତରେ କରୋନା ସ୍ଥିତି ସ୍ୱାଭାବିକ ରହିଛି । ସମଗ୍ର ବିଶ୍ୱର ଅନେକ ସ୍ଥାନରେ କରୋନା ମାମଲା ବଢୁଥିବା ଯୋଗୁଁ ଭାରତ ସରକାର ଏହାକୁ ସତର୍କତା ଅବଲମ୍ବନ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସାରା ଦେଶରେ ଟିକାକରଣ ଉପରେ ଧ୍ୟାନ ଦିଆଯାଉଛି। କୋଭୋଭାକ୍ସ ଟିକା ଆସନ୍ତା ସପ୍ତାହରେ ଏକ ବୁଷ୍ଟର ଡୋଜ ଭାବେ ଅନୁମୋଦିତ ହୋଇପାରେ ବୋଲି ଖବର ମିଳିଛି ।

ଭାରତର ଡ୍ରଗ୍ ରେଗୁଲେଟରର ଏକ ବିଶେଷଜ୍ଞ ପ୍ୟାନେଲ୍ ଆସନ୍ତା ସପ୍ତାହରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କୋଭିଡ –୧୯ ଟିକା କୋଭୋଭାକ୍ସକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ବିଚାର କରିପାରନ୍ତି। କେନ୍ଦ୍ର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ସୀମିତ ବ୍ୟବହାର ପାଇଁ କୋଭୋଭାକ୍ସ ଅନୁମୋଦନ ହୋଇସାରିଛି ଏବଂ ଏହାର ବୁଷ୍ଟର ଭାବରେ ଏହାର ବ୍ୟବହାର ଆସନ୍ତା ସପ୍ତାହରେ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇପାରେ ।

ତେବେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ନିଜେ ପୁନେରେ ଏକ ଇଭେଣ୍ଟରେ କହିଥିଲେ ଯେ, କୋଭୋଭାକ୍ସ ଟିକା ଶୀଘ୍ର ମଞ୍ଜୁରୀ ମିଳିବ । କୋଭିସିଲ୍ଡ ତୁଳନାରେ କରୋନା ଭାଇରସ ଓମିକ୍ରନ ଭାରିଅଣ୍ଟ ବିରୋଧରେ ଭଲ ଭାବେ କାମ କରୁଛି । ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ମଧ୍ୟ ରହିଛି ।

୨୮ ଡିସେମ୍ବର ୨୦୨୧ ରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଯୁବପିଢିଙ୍କ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କୋଭୋଭାକ୍ସକୁ ମଞ୍ଜୁରୀ ମିଳିଥିଲା । ଏହାପରେ ୧୨ ବର୍ଷର କମ ପିଲାଙ୍କ ପାଇଁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଥିବା ୪ର୍ଥ ଭ୍ୟାକସନ ହୋଇଥିଲା ।

କୋଭୋଭାକ୍ସର ଲୋକଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ ଶକ୍ତି ବିଷୟରେ ୧୨ ରୁ ୧୮ ବର୍ଷ ବୟସର ୪୬୦ ଭାରତୀୟ କିଶୋରଙ୍କ ମଧ୍ୟରେ ଏକ କ୍ଲିନିକାଲ୍ ପରୀକ୍ଷା ମଧ୍ୟ କରାଯାଇଥିଲା। ଏହି ପରୀକ୍ଷାକୁ ସଫଳତା ମିଳିଥିଲା । ତେବେ କୋଭିସିଲ୍ଡକୁ ନେଇ ପୁନାଓ୍ଵାଲା କହିଛନ୍ତି, ସରକାରଙ୍କ ପାଖରେ କୋଭିସିଲ୍ଡର ପର୍ଯ୍ୟାପ୍ତ ମାତ୍ରା ରହିଛି। ଏହାକୁ ଦରକାର ପଡିଲେ ରାଜ୍ୟମାନଙ୍କୁ ଦିଆଯିବ । ତେବେ ଏବେ କୋଭିସିଲ୍ଡର ଉତ୍ପାଦନକୁ ରୋକାଯାଇଛି। ଯଦି ଦରକାର ପଡେ ତେବେ ପୁଣିଥରେ ଏହାକୁ ଆରମ୍ଭ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.