କ୍ୟାନସର ଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ସବୁକୁ ମାତ୍‌ ଦେଇଥାଏ ଏହି ଗଛ, ଆପଣଙ୍କ ବାଡିରେ ଅଛି କି?

ଆମ ଆଖପାଖରେ ଥିବା ଗଛ ଆମକୁ ବହୁତ ରୋଗରୁ ମଧ୍ୟ ରକ୍ଷା କରିପାରିବ। ଆମେ ସେହି ଗଛକୁ ବ୍ୟବହାର କରି ଅନେକ ରୋଗରୁ ନିଜକୁ ରକ୍ଷା କରିପାରିବା। ଆମ ବାଡି ବଗଚିଚାରେ ଥିବା ଗଛ ଏବଂ ତାର ପତ୍ରକୁ ବ୍ୟବହାର କରି ଆମେ ଅନେକ ରୋଗରୁ ମୁକ୍ତି ପାଇବାରିବା। ତେବେ ଆଜି ଆମେ ଯେଉଁ ଗଛ ବିବଷୟରେ କହିବାକୁ ଯାଉଛୁ ତାହା ପ୍ରାୟ ସମସ୍ତଙ୍କ ବାଡିରେ ସହଜରେ ମିଳିଯାଇଥାଏ। ଆସନ୍ତୁ ଜାଣିବା ସେହି ଗଛ ବିଷୟରେ।

ଆପଣମାନେ ବାଡ଼ିରେ ସଦାବିହାରୀ ଗଛ ଦେଖିଥିବେ। ଏହାର ଫୁଲକୁ ଆମେ ପୂଜାରେ ବ୍ୟବହାର କରିଥାଉ। ହେଲେ କ’ଣ ଆପଣ ଏହି ଗଛର ଔଷଧୀୟ ଗୁଣ ବିଷୟରେ ଜାଣନ୍ତି ? ଏହି ଗଛ ଆୟୁର୍ବେଦିକ ଔଷଧର ଏକ ବଡ଼ ସ୍ରୋତ। ଏହି ଗଛରେ ଥିବା ଔଷଧୀୟ ଗୁଣ ଆମକୁ ଅନେକ ବଡ଼ ବଡ଼ ରୋଗରୁ ମୁକ୍ତି ଦେଇଥାଏ।

କର୍କଟ ରୋଗରୁ ରକ୍ଷା କରେ

ସଦାବିହାରୀ ଗଛର ପତ୍ରରେ କର୍କଟରୁ ବଞ୍ଚିବା ପାଇଁ ଆବଶ୍ୟକୀୟ ତତ୍ତ୍ବ ରହିଥାଏ। କର୍କଟ ରୋଗରେ ପୀଡ଼ିତ ବ୍ୟକ୍ତି ଏହି ପତ୍ରର ଚଟଣି ସେବନ କଲେ ଲାଭ ମିଳିଥାଏ।

sadabihari plantରକ୍ତଚାପ ନିୟନ୍ତ୍ରଣ କରେ

ରକ୍ତଚାପ ରୋଗୀଙ୍କ ପାଇଁ ଏହି ଗଛ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଉଚ୍ଚ ରକ୍ତଚାପ ସମସ୍ୟା ଭୋଗୁଥିବା ବ୍ୟକ୍ତି ସକାଳେ ସଦାବିହାରୀ ଗଛର ଚେରକୁ ଚୋବାଇ ଖାଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ବ୍ରଣ ସମସ୍ୟା ଦୂର କରିଥାଏ

ତ୍ବଚାରେ ହେଉଥିବା ବ୍ରଣ ସମସ୍ୟାକୁ ଦୂର କରିବାରେ ସଦାବିହାରୀ ଗଛ ବିଶେଷ ଭାବେ ସହାୟକ ହୋଇଥାଏ। ସଦାବିହାରୀ ଫୁଲର ରସ ବାହାର କରି ତ୍ବଚାରେ ଲଗାଇବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ

ସଦାବିହାରୀ ଗଛରେ ଥିବା ପାଚନ ତନ୍ତ୍ରର ବିଟା ସେଲକୁ ମଜବୁତ କରିଥାଏ,ଯାହା ଦ୍ବାରା ଶରୀରରେ ଇନସୁଲିନର ମାତ୍ରା ଠିକ୍ ରହିଥାଏ। ମଧୁମେହରେ ପୀଡ଼ିତ ବ୍ୟକ୍ତି ସଦାବିହାରୀ ପତ୍ରର ରସକୁ ପିଇଲେ କିମ୍ବା ଏହାର ପତ୍ରକୁ ଚୋବାଇ ଖାଇଲେ ଲାଭ ମିଳିଥାଏ।

କୁଣ୍ଡିଆ ସମସ୍ୟା ଦୂର କରିଥାଏ

ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡିଆ ସମସ୍ୟା ଦେଖାଦିଏ, ତେବେ ସଦାବିହାରୀ ପତ୍ରକୁ ପେଶି ପ୍ରଭାବିତ ସ୍ଥାନରେ ଲଗାଇଲେ କୁଣ୍ଡିଆ ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.