Below header

ମନ କିଣିନେଲେ ସିଆର୍‌ପିଏଫ ଯବାନ,ନଦୀରେ ଭାସିଯାଉଥିବା ନାବାଳିକାକୁ କଲେ ଉଦ୍ଧାର

ଜାମ୍ମୁ ଓ କାଶ୍ମୀରର ବାରମୁଳାରେ ଏକ ନଦୀରେ ଭାସିଯାଉଥିବା ଏକ ୧୪ ବର୍ଷୀୟା ନାବାଳିକାକୁ ଉଦ୍ଧାର କରିଛନ୍ତି ସିଆର୍‌ପିଏଫ ଯବାନ । ଆଜି ସକାଳେ ଏକ ନଦିରେ ଝିଅଟି ବୁଡିଯାଉଥିବା ବେଳେ ନିକଟରେ ଥିବା ସିଆରପିଏଫ ଯବାନମାନେ ଦେଖିଥିଲେ। ଝିଅଟି ନଦିରେ ଭାସିଯାଉଥିବା ଦେଖି ସେମାନେ ତୁରନ୍ତ ନଦି ନିକଟକୁ ଦୌଡିଥିଲେ। ୩ –୪ ଜଣ ସିଆର୍‌ପିଏଫ୍‌ ଯବାନ ନଦୀ ମଧ୍ୟକୁ ପସି ଝିଅଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଅଂଚଳର ଝିଅ ନାଗିନାକୁ ଉଦ୍ଧାର ପରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଉଦ୍ଧାର କରିଥିବା ଯବାନଙ୍କ ନାଁ ମଧ୍ୟ ଜଣାପଡିଛି। ସେମାନେ ହେଲେ ଏମଜି ନାଇଡୁ ଓ ନାଲ୍ଲା ଉପେନ୍ଦ୍ର। ଉଭୟ ଆନ୍ଧ୍ରପ୍ରଦେଶର ବାସିନ୍ଦା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.