ଯାହାକୁ ରଖିବେ ଅନନ୍ତ . . . ନାଆ ବୁଡଯିବା ପରେ ୫ ଦିନ ଯାଏଁ ସମୁଦ୍ରରେ ପହଁରୁ ଥିଲେ ମତ୍ସ୍ୟଜୀବୀ, ବାଂଲାଦେଶୀ ଧୀବର କଲେ ଉଦ୍ଧାର

କଥାରେ ଅଛି ଯହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ। ଏହାର ସତ୍ୟତା ଏବେ ଦେଖିବାକୁ ମିଳିଛି କଲିକତାର ଜଣେ ମତ୍ସ୍ୟଜୀବୀଙ୍କ କ୍ଷେତ୍ରରେ । ଗତ ୪ ଜୁଲାଇରେ ପଶ୍ଚିମବଙ୍ଗର ୨୪ ପର୍ଗନା ଜିଲ୍ଲା ନାରାୟଣପୁର ରବିନ୍ଦ୍ର ନାଥ ଦାସ ତାଙ୍କ ଭଣଜା ସମେତ ଅନ୍ୟ ୧୪ ସହଯୋଗୀଙ୍କ ସହ, ସମୂଦ୍ରକୁ ମାଛ ମାରିବାକୁ ଯାଇଥଲେ। ହେଲେ ୬ ତରିଖରେ ପ୍ରବଳ ଝଡ ତେଫାନ ହେବାରୁ ତାଙ୍କ ନାଆଟି ମଝି ଦରିଆରେ ଲେଉଟି ପଡିଥିଲା। ଯାହା ଫଳରେ ରବିନ୍ଦ୍ରଙ୍କ ୧୪ ସହଯୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥି ମଧ୍ୟରୁ ତିନିଜଣଙ୍କର ନାଆ ତଳେ ରହି ମୃତ୍ୟୁ ହୋଇଥିଲା।

ଆହୁରି ପଢନ୍ତୁ : ବିଶ୍ଵର 5ଟି ବିପଦପୂର୍ଣ୍ଣ ସ୍ଥାନ, ଯାହା ମୃତ୍ୟୁର ଦ୍ବାର ସହ ସମାନ

ରବିନ୍ଦ୍ରଙ୍କ କହିବା ମୁତାବକ ନାଆ ବୁଡିବା ପରେ ସେ ଗୋଟି ଗୋଟି କରି ସାଥିଭାଇମାନଙ୍କ ମରଣକୁ ନିଜ ଆଖିରେ ଦେଖୁଥିଲେ ହେଲେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପାଖରେ କିଛି ବି ବିକଲ୍ପ ଉପାୟ ନଥିଲା । ସେଠାରୁ ରବିନ୍ଦ୍ର ଓ ତାଙ୍କ ଭଣଜା ଖଣ୍ଡିଏ ବାଉଁଶ ଧରି ଉଭୟ ପହଁରିବାକୁ ଲାଗିଲେ । ଦୁଇ ଦିନ ଯାଏଁ ପହଁରିବା ପରେ ତାଙ୍କ ଭଣଜା ଥକି ଯାଇଥିଲେ। ତେଣୁ ରବିନ୍ଦ୍ରଙ୍କ ତାଙ୍କୁ କାନ୍ଧରେ ବସାଇ ତିନି ଦିନ ଯାଏଁ ପହଁରି ଥିଲେ। ହେଲେ ତିନିଦିନ ପରେ ଭଣଜାଙ୍କର ମଧ୍ୟ ମୃତ୍ୟୁ ହୋଇଗଲା। ଭଣଜା ମରିବାପରେ ରବିନ୍ଦ୍ର ମଧ୍ୟ ଭାବିଥିଲେ ସେ ବି ସେଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଦେବେ ବୋଲି। ହେଲେ ମରିବା ପୂର୍ବରୁ ସେ ଶେଷ ନିଶ୍ବାସ ପର୍ଯ୍ୟନ୍ତ ପହଁରିବା ପାଇଁ ମନସ୍ତ କରିଲେ।

ଆହୁରି ପଢନ୍ତୁ : ଏ ହେଉଛି ଭାରତର ସବୁଠାରୁ ରହସ୍ୟମୟୀ କୁଣ୍ଡ, ଯେଉଁଠି ତାଳି ମାରିଲେ ଉପରକୁ ଆସିଥାଏ ପାଣି

ଯେତେବେଳେ ୧୦ ଜୁଲାଇକୁ ସେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ଡଙ୍ଗାକୁ ଦେଖିଲେ ସେତେବେଳେ ତାଙ୍କ ସାମ୍ନାରେ ଜୀବନର ଏକ ନୂଆ ସୂର୍ଯ୍ୟଦୟ ଦେଖାଗଲା। ଦୀର୍ଘ ୨ ଘଣ୍ଟା ପହଁରୀ ପହଁରୀ ରବିନ୍ଦ୍ର ସେହି ଡଙ୍ଗା ନିକଟରେ ପହଞ୍ଚିଥିଲେ ଓ ସେଠାରେ ମତ୍ସ୍ୟଜୀବୀମାନେ ତାଙ୍କୁ ଉଦ୍ଧାର କରି ବାଂଲାଦେଶ ନେଇ ଚିକିତ୍ସା କରାଇ ନୂଆ ଜୀବନ ଦେଲେ। ସମୂଦ୍ର ଭିତରେ ରବିନ୍ଦ୍ର କେବଳ ବର୍ଷାଜଳ ବ୍ୟତିତ ଅନ୍ୟ କିଛି ଖାଦ୍ୟ ଖାଇ ନଥିବାର କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.