ବୃଦ୍ଧି ପାଇବ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା, ୭,୮୦୦ କୋଟିର ପ୍ରସ୍ତାବକୁ ମଂଜୁରୀ
ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ ୭,୮୦୦ କୋଟିର ପ୍ରସ୍ତାବକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ-DAC ମଂଜୁରୀ ପ୍ରଦାନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପରିଷଦ ବୈଠକରେ ପ୍ରତିରକ୍ଷା କ୍ରୟ ସହ ଜଡିତ ପ୍ରସ୍ତାବଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ବୀକୃତି ପ୍ରଦାନ କରାଯାଇଛି।

ଭାରତୀୟ ବାୟୁସେନାର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଁ MI-17-V5 ହେଲିକପ୍ଟରରେ ଇଲେକ୍ଟ୍ରୋନିକ ୱାରଫେୟାର- EW ସୁଟ୍ ସ୍ଥାପନ ଏବଂ କ୍ରୟକୁ ନେଇ ମଂଜୁରୀ ମିଳିଛି। ସେହିପରି ସ୍ଥଳଭାଗ ଆଧାରିତ ସ୍ୱୟଂଶାସିତ ପ୍ରଣାଳୀ କ୍ରୟ ଲାଗି DAC ଅନୁମତି ପ୍ରଦାନ କରିଛି ।
ଯାହାଦ୍ବାରା ପଦାତିକ ରେଜିମେଣ୍ଟ ପାଇଁ ମାନବବିହୀନ ନୀରିକ୍ଷଣ, ଗୁଳିଗୋଳା ଯୋଗାଣ, ଇନ୍ଧନ ଆଦି ବିଭିନ୍ନ କାର୍ଯ୍ୟକୁ ସକ୍ଷମ କରାଯାଇପାରିବ ବୋଲି ମନ୍ତ୍ରଣାଳୟ କହିଛି। ତେଣେ ଭାରତୀୟ ବାୟୁସେନା- IAF ଏହାର ମିଗ୍-21 ଜେଟ୍ ବଦଳାଇବା ପାଇଁ ପ୍ରାୟ ଶହେ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ – LCA Mark1A ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି । ଏହି ପ୍ରସ୍ତାବ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ହସ୍ତାନ୍ତର କରାଯାଇଛି ଏବଂ ଯଦି ଅନୁମୋଦିତ ହୁଏ ତେବେ ଏହା ସ୍ୱଦେଶୀ ଏରୋସ୍ପେସ୍ କ୍ଷେତ୍ରକୁ ବେଶ୍ ମଜବୁତ କରିବ।