୬ ମାସ ପରେ ଦେଶରେ ୧୦ହଜାର ତଳକୁ ଖସିଲା କରୋନା ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ (କେ ନ୍ୟୁଜ): ୬ ମାସ ପରେ ଦେଶରେ ଦିନକରେ ୧୦ହଜାର ତଳେ କରୋନା ସଂକ୍ରମଣ। ହ୍ରାସ ପାଉଥିବା ସଂଖ୍ୟା ଆଣିଛି ଆସ୍ୱସ୍ଥି। ଗତ ୨୪ଘଣ୍ଟାରେ ଦେଶରେ ୯ହଜାର ୧୦୨ ନୂଆ କେସ୍‌ ଆସିଛି। ଏଥିସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ଲକ୍ଷ ୭୬ହଜାରକୁ ବୃଦ୍ଧି ପାଇଛି। ଆରୋଗ୍ୟ ହାର ମଧ୍ୟ ଅଧିକ ରହିଛି। ଗତ ୨୪ଘଣ୍ଟାରେ ୧୫ହଜାର ୯୦୧ କରୋନାରୁ ସୁସ୍ଥ ହୋଇଛନ୍ତି।

୧୧୭ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧କୋଟି ୩ଲକ୍ଷ ୪୫ହଜାର ୯୮୫ଜଣ ସୁସ୍ଥ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୩ହଜାର ୫୮୭ରେ ପହଞ୍ଚିଛି। ଅନ୍ୟପଟେ ୧୬ତାରିଖରୁ ଦେଶବ୍ୟାପୀ କୋଭିଡ୍‌ ଟିକାକରଣ ଆରମ୍ବ ହୋଇଛି। ୨୫ତାରିଖ ସୁଦ୍ଧା ସାଢେ ୧୯ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.