ଦେଶରେ ବଡ଼ ଡାଟା ଚୋରି ନେଟଓ୍ଵର୍କର ପର୍ଦ୍ଦାଫାସ,ଅଭିଯୁକ୍ତକୁ ଗିରଫ କଲା ହାଇଦ୍ରାବାଦ ସାଇବରାବାଦ ପୋଲିସ

୭୦କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛି ଏହି କରିତକର୍ମା। ଦେଶର ୨୪ ରାଜ୍ୟ ଓ ୮ ମେଟ୍ରୋପଲିଟାନ ସହରର ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରିଥିଲା। ୧୦୪ଟି ସଂସ୍ଥାର ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟ ଉଦ୍ଧାର କରାଯାଇଛି। କ୍ଲାଉଡ ଡ୍ରାଇଭ ଲିଙ୍କ୍ରେ ତଥ୍ୟ ବିକ୍ରି କରୁଥିଲା ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଦୁଇଟି ମୋବାଇଲ୍‌ ଫୋନ୍‌ ଓ ଦୁଇଟି ଲାପଟପ୍‌ରେ କୋଟି କୋଟି ଡାଟା ଚୋରି । ଦେଶରେ ବଡ଼ ଡାଟା ଚୋରି ନେଟଓ୍ଵର୍କର ପର୍ଦ୍ଦାଫାଶ । ଅଭିଯୁକ୍ତକୁ ଗିରଫ କଲା ହାଇଦ୍ରାବାଦ ସାଇବରାବାଦ ପୋଲିସ । ଅଭିଯୁକ୍ତ ଠାରୁ ୨ଟି ମୋବାଇଲ ଫୋନ ଓ ୨ଟି ଲାପଟପ ଜବତ କରିଛି । ସେଥିରେ ୬୯ କୋଟି ୯୦ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ରହିଛି । ଦେଶର ୨୪ ରାଜ୍ୟ ଓ ୮ ମେଟ୍ରୋପଲିଟାନ ସହରର ପ୍ରାୟ ୭୦ କୋଟି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିବା ଏବଂ ତାକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ।

ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଜିଏସଟି କାର୍ଯ୍ୟାଳୟର ଅଧିକାରୀ, ବିଭିନ୍ନ ରାଜ୍ୟ ସଡ଼କ ସଙ୍ଗଠନର ଅଧକାରୀ ଓ କର୍ମଚାରୀ, ସୋସିଆଲ ମିଡିଆ ପ୍ଲାଟଫର୍ମ ଓ ଫିନଟେକ କମ୍ପାନିର କର୍ମଚାରୀଙ୍କ ସମେତ ୧୦୪ଟି ବିଭିନ୍ନ ସଂସ୍ଥାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ତଥ୍ୟ ଅଭିଯୁକ୍ତ ପାଖରୁ ମିଳିଛି । ଏପରିକି ପ୍ରତିରକ୍ଷା ବିଭାଗର କିଛି ଅଧିକାରୀ ଓ କର୍ମଚାରୀ, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ପାନକାର୍ଡ ହିତାଧିକାରୀ, ବରିଷ୍ଠ ନାଗରିକ , ନିଟ ଛାତ୍ରଛାତ୍ରୀ ଓ ୯ମ, ୧୦ମ, ଏକାଦଣ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସବିଶେଷ ତଥ୍ୟ ଉଦ୍ଧାର କରାଯାଇଛି । ଏସବୁ ତଥ୍ୟ ମଧ୍ୟରୁ ଅନେକ ସେ ବିକ୍ରି କରିଥିବା ବେଳେ ଆହୁରି କିଛି ଲୋକଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା । ଅଭିଯୁକ୍ତ ଜଣଙ୍କ ହରିୟାଣାର ଫରିଦାବାଦରେ ‘ଇନସ୍ପାୟାରେଓ୍ଵବଜ’ ନାମକ ଏକ େଓ୍ଵବସାଇଟ ପରିଚାଳନା କରୁଥିଲା । କ୍ଲାଉଡ ଡ୍ରାଇଭ ଲିଙ୍କ୍‌ରେ ବିଭିନ୍ନ ବ୍ୟକ୍ତିଙ୍କ ତଥ୍ୟ ବିକ୍ରି କରୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.