ଆମେରିକା ଦୋଷୀକୁ ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ, ମରିବାକୁ ଲାଗିଲା ମାତ୍ର ୨୨ ମିନିଟ୍‌

କେନେଥଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ପ୍ରଥମ ଥର ଲାଗି ନାଇଟ୍ରୋଜେନ ଗ୍ୟାସର ବ୍ୟବହାର କରିଛି ଆମେରିକା । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପ୍ରମୁଖ, ୟୁରୋପୀୟ ସଂଘ ଏବଂ ଆମେରିକା ନାଗରିକ ସ୍ୱତନ୍ତ୍ରତା ସମହୂ ଏଭଳି ଉପାୟରେ ମୃତ୍ୟୁଦଣ୍ଡକୁ ନିନ୍ଦା କରିଛନ୍ତି ।

ଆମେରିକାରେ ଜଣେ ଦୋଷୀକୁ ନାଇଟ୍ରୋଜେନ୍ ଗ୍ୟାସରେ ମୃତ୍ୟୁଦଣ୍ଡ ଦିଆଯାଇଛି । ତାଙ୍କ ନାଁ କେନେଥ୍ ଇଉଜିନ୍ ସ୍ମିଥ୍ । ଏହି ଘଟଣାକୁ ନେଇ ହ୍ଵାଇଟ ହାଉସ ପକ୍ଷରୁ ପ୍ରତିକ୍ରିୟା ଦେଇଛି । ହ୍ଵାଇଟ ହାଉସ କହିଛି, ଏହା ବହୁତ ଚିନ୍ତାର ବିଷୟ । ଏହାସହିତ ଏଭଳି ଉପାୟରେ ମୃତ୍ୟୁଦଣ୍ଡ କେବେ ବି ଦିଆଯାଇନି । ଏଭଳି ଉପାୟରେ ମୃତ୍ୟୁ ଦେବା ପ୍ରକ୍ରିୟାକୁ ସଂଯୁକ୍ତ ରାଷ୍ଟ୍ର ଏବଂ ୟୁରୋପୀୟ ସଂଘ ନିନ୍ଦା କରିଛି ।

ସୂଚନାଯୋଗ୍ୟ, ୩୫ ବର୍ଷ ତଳେ ସୁପାରୀ ନେଇ ଜଣେ ମହିଳାଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସ୍ମିଥ୍ । ପୂର୍ବରୁ ୨୦୨୨ରେ ସ୍ମିଥଙ୍କୁ ଏକାଧିକ ବିଷ ଇଞ୍ଜେକ୍ସନ ଦେବା ସତ୍ତ୍ୱେ ତାର ମୃତ୍ୟୁ ହୋଇନଥିଲା । ଏହାପରେ ନାଇଟ୍ରୋଜେନ ଗ୍ୟାସ ଦ୍ୱାରା ତାକୁ ମୃତ୍ୟୁଦଣ୍ଡ ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ ଅଲବାମା କୋର୍ଟ ।

ଆମେରିକୀୟ ସମୟ ଅନୁସାରେ ୨୫ ତାରିଖ ସନ୍ଧ୍ୟାରେ ୫୮ ବର୍ଷୀୟ କେନେଥ୍ଙ୍କୁ ଡେଥ ଚ୍ୟାମ୍ବରକୁ ନେଇ ଷ୍ଟ୍ରେଚର ଉପରେ ଶୁଆଇ ଦିଆଯାଇଥିଲା । ଏହାପରେ ତାଙ୍କୁ ଏକ ଏୟାରଟାଇଟ୍ ଗ୍ୟାସ୍ ମାସ୍କ ପିନ୍ଧାଇ ସେଥିରେ ନାଇଟ୍ରୋଜେନ ଗ୍ୟାସ ଛଡ଼ାଯାଇଥିଲା । ଏହାର କିଛି ସେକେଣ୍ଡ ଭିତରେ ସେ ବେହୋସ ହୋଇଯିବା ପରେ, କିଛି ମିନିଟ ଭିତରେ ତାର ମୃତ୍ୟୁ ଘଟିଥିଲା ।

ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପ୍ରମୁଖ, ୟୁରୋପୀୟ ସଂଘ ଏବଂ ଆମେରିକା ନାଗରିକ ସ୍ୱତନ୍ତ୍ରତା ସମହୂ ଏଭଳି ଉପାୟରେ ମୃତ୍ୟୁଦଣ୍ଡକୁ ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.