ଶିମିଳିପାଳ ବାସିନ୍ଦାଙ୍କ ପାଇଁ ଖବର: ୪୨ ଟି ଗାଁରେ ଜଳିଲା ବିଜୁଳି, ଉପକୃତ ହେଲେ ୫ହଜାର ୯ ଶହ ପରିବାର

ଶିମିଳିପାଳ ବାସିନ୍ଦାଙ୍କ ପାଇଁ ଆସିଛି ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବିଜୁଳି ଲାଇଟ । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ ଓ ବରେଇପାଣି ପଞ୍ଚାୟତର ୪୨ ଟି ଗାଁରେ ଜଳିଲା ବିଜୁଳି । ଏଥିରେ ୫ହଜାର ୯ ଶହ ପରିବାର ଉପକୃତ ହୋଇଛନ୍ତି ।

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳ ବାସିନ୍ଦାଙ୍କ ପାଇଁ ଆସିଛି ଖୁସି ଖବର । ଶିମିଳିପାଳ ଅଭୟାରଣ୍ୟକୁ ଆସିଲା ବିଜୁଳି ଲାଇଟ । ଅଭୟାରଣ୍ୟର ଅସ୍ତକୁମର, ଗୁଡ଼ଗୁଡ଼ିଆ ଓ ବରେଇପାଣି ପଞ୍ଚାୟତର ୪୨ ଟି ଗାଁରେ ଜଳିଲା ବିଜୁଳି । ଏଥିରେ ୫ହଜାର ୯ ଶହ ପରିବାର ଉପକୃତ ହୋଇଛନ୍ତି । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିମିଳିପାଳ ଅଭୟାରଣ୍ୟ କୁମାରୀ ଗାଁରେ ମାଇକ୍ରୋ ଗ୍ରୀଡ଼ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି ।

ଏହି ଅବସରରେ କୁମାରୀ ଗାଁରେ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ସୋଲାର ମାଇକ୍ରୋ ଗ୍ରୀଡ଼ରୁ ପ୍ରତେକ ଘରକୁ ଖୁଣ୍ଟ ସାହାଯ୍ୟ ରେ ବିଜୁଳି ଯୋଗାଇ ଦିଆଯାଉଛି । ଯେଉଁ ଘର ଦୂରରେ ଅଛି ସେ ଘରକୁ ବ୍ୟକ୍ତିଗତ ଭାବେ ସୋଲାର ଯୋଗେ ବିଜୁଳି ଯୋଗାଇ ଦିଆଯାଇଛି । ୧୮ଟି ମାଇକ୍ରୋ ଗ୍ରୀଡ଼ ରେ ଖର୍ଚ୍ଚ ହେଇଛି ୩୦ କୋଟି ଟଙ୍କା । କେନ୍ଦୁଝର ଜିଲ୍ଲାରେ ଗୋଟିଏ ମାଇକ୍ରୋ ଗ୍ରୀଡ଼ ନୂତନ ନିର୍ମାଣ କରାଯାଇଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ରେ ହିଁ ୧୭ ଟି ମାଇକ୍ରୋ ଗ୍ରୀଡ଼ ନିର୍ମାଣ କରାଯାଇଛି। ପାହାଡ଼ ପର୍ବତ ଏବଂ ଅପହଞ୍ଚ ଇଲାକାରେ ବିଜୁଳି ଯୋଗାଇବାରେସଫଳ ହେଇଛନ୍ତି ରାଜ୍ୟ ସରକାର । ଏହାକୁ ରାଜ୍ୟସରକାର ବିଜୁ ଗ୍ରାମ ଜ୍ୟୋତି ଯୋଜନାରେ ସଂପୂର୍ଣ୍ଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.