Below header

କୃଷ୍ଣ ଲୀଳା ନୃତ୍ୟ ଏବଂ ସଙ୍ଗୀତ ପାଇଁ ୧୦୬ ବର୍ଷ ବୟସରେ ପଦ୍ମଶ୍ରୀ ପାଇବେ ଗୋପୀନାଥ ସ୍ୱାଇଁ

ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମର ଗୋପୀନାଥ ସ୍ୱାଇଁ । ଦଶ ବର୍ଷରୁ ହିଁ କଳା ପ୍ରତି ଆଗ୍ରହ ହୋଇ ଆପଣେଇଥିଲେ କୃଷ୍ଣଲୀଳା ସଙ୍ଗୀତ ଓ ନୃତ୍ୟକୁ । ଆଉ କୃଷ୍ଣଲୀଳା ମାଧ୍ୟମରେ ଲୋକଙ୍କ ମନକୁ ବେଶ ଜିଣିପାରିଥିଲେ ଗୋପୀନାଥ । ଏବେ ସେ ଏତେ ବୟସରେ ପାଇବେ ୨୦୨୪ ପଦ୍ମଶ୍ରୀ ପୁରସ୍କାର ।

ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଲେ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମର ଗୋପୀନାଥ ସ୍ୱାଇଁ । ବୟସ ପାଖାପାଖି ୧୦୬ ହେଲାଣି ତଥାପି ମନବଳ ଭାଙ୍ଗି ନାହିଁ । ଦଶ ବର୍ଷରୁ ହିଁ କଳା ପ୍ରତି ଆଗ୍ରହ ହୋଇ ଆପଣେଇଥିଲେ କୃଷ୍ଣଲୀଳା ସଙ୍ଗୀତ ଓ ନୃତ୍ୟକୁ । ତଥାପି ବୟସ ଅପରାହ୍ନରେ ପହଁଚି ଯାଉଥିଲେ ବି ଗାଁ ଗାଁରେ ତାଙ୍କରି ସଙ୍ଗୀତକୁ ବେଶ ପ୍ରଶଂସା ମିଳେ । ଆଉ କୃଷ୍ଣଲୀଳା ମାଧ୍ୟମରେ ଲୋକଙ୍କ ମନକୁ ବେଶ ଜିଣିପାରିଥିଲେ ଗୋପୀନାଥ । ହେଲେ ଏବେ ସେ ଏତେ ବୟସରେ ପାଇବେ ୨୦୨୪ ପଦ୍ମଶ୍ରୀ ପୁରସ୍କାର ।

ଯାହାକୁ ନେଇ ତାଙ୍କର ପରିବାର ସମେତ ପୁରା ଅଞ୍ଚଳରେ ଖୁସି କହିଲେ ନ ସରେ । ଶେରଗଡ ବ୍ଲକର ଗୋବିନ୍ଦପୁର ଗ୍ରାମ । ଏହି ଗ୍ରାମର ଏକ ନିହାତି ଗରିବ ପରିବାର ମୁଖିଆ ଗୋପୀନାଥ ସ୍ଵାଇଁ । ତେବେ କୃଷ୍ଣ ଲୀଳାର ଜଣେ ବିଶିଷ୍ଠ ଗୁରୁ ଭାବେ ତାଙ୍କର ବେଶ ସୁନାମ ରହିଛି । ପିଲାଟି ବେଳରୁ ହିଁ ଗୋପୀନାଥ କଳା ପ୍ରତି ଆକୃଷ୍ଟ ହୋଇ ମଜି ଯାଇଥିଲେ କୃଷ୍ଣଲୀଳା ନୃତ୍ୟରେ । ଗାଁ ଗାଁରେ ଲୋକଙ୍କ ନିବେଦନ ରକ୍ଷା କରି ପରିବେଶଣ କରିଥାନ୍ତି କୃଷ୍ଣ ଲୀଳା ନୃତ୍ୟ ଏବଂ ସଙ୍ଗୀତ । ଏମିତି କି କେବଳ ଯେ ଗଞ୍ଜାମ ଜିଲ୍ଲା ନୁହଁ ପଡୋଶି ରାଜ୍ୟ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଗାଁରେ ମଧ୍ୟ ରହିଛି ତାଙ୍କର ବେଶ ସୁନାମ ।

ଏବେ ତାଙ୍କୁ ୧୦୬ ବର୍ଷ । ଏହାରି ଭିତରେ ୨୦୨୪ ପଦ୍ମଶ୍ରୀ ପୁରସ୍କାର ଘୋଷଣା ହୋଇଥିବା ବେଳେ ଓଡିଶାରୁ ଅନ୍ୟ କିଛି ଜଣ ମଧ୍ୟ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରୁ ଗୋପୀନାଥ ସ୍ଵାଇଁ ଅନ୍ୟତମ । ଯାହାକୁ ନେଇ ପୁରା ଗାଁ ଆଜି ବେଶ ଗର୍ବ ଓ ଗୌରବ ଅନୁଭବ କରୁଛି । ବଣ ମଲ୍ଲି ବଣରେ ନ ଝାଉଁଳି ତାର ବାସ୍ନା ଚାରି ଦିଗକୁ ଚହଟି ଉଠିଲା ପରି ଗୋପୀନାଥଙ୍କ କଳା କୃତି ଏବେ ସବୁଠି ଚହଟି ଉଠୁଛି । ଏପରି କି ଏହି ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଗୋପୀନାଥ ସ୍ଵାଇଁଙ୍କ ଖୁସି କହିଲେ ନ ସରେ ।

ତାଙ୍କର ଏବେ ବୟସ ବଢିଯାଇଥିଲେ ମଧ୍ୟ ଏଭଳି ଏତେ ବଡ଼ ପୁରସ୍କାର ପାଇଁ ମନୋନିତ ହୋଇଥିବା ଜାଣି ସେ ବହୁତ ଗର୍ବ ଅନୁଭବ କରିଛନ୍ତି । ଏଥିସହ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ତାଙ୍କରି ଉଦ୍ୟମ ଏବେ ବି ଜାରି ରହିବା ନେଇ ସେ କୁହନ୍ତି । ତଥାପି ଭଲ କାର୍ଯ୍ୟ କରିଲେ ଭଲ ଫଳ ଦେଇଥାନ୍ତି ଭଗବାନ ବୋଲି ସେ ସର୍ବଦା କୁହନ୍ତି । ତେବେ ସତରେ ପଦ୍ମଶ୍ରୀ ପୁରଷ୍କାର ଘୋଷଣା ପରେ ପୁରା ଜିଲ୍ଲା ଆଜି ଗୋପୀନାଥ ସ୍ଵାଇଁଙ୍କୁ ନେଇ ବେଶ ଗର୍ବିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.