Below header

ଅଶ୍ଳିଳ ଭିଡିଓ ଭାଇରଲ କରାଇଦେବାର ଧମକ ଦେଇ ଗିରଫ ହେଲେ ଲେଡି ବ୍ଲାକମେଲର

କମିଶନରେଟ ପୋଲିସ କବଜାରେ ଲେଡି ବ୍ଲାକମେଲର । ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଲେଡି ବ୍ଲାକମେଲର ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଅଂଚଳର ସସ୍ମିତା ଜେନା ।

ଭୁବନେଶ୍ୱର (କେନ୍ୟୁଜ): କମିଶନରେଟ ପୋଲିସ କବଜାରେ ଲେଡି ବ୍ଲାକମେଲର । ମହିଳାଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ ଲେଡି ବ୍ଲାକମେଲର ବାଲେଶ୍ୱର ଜିଲ୍ଲା ସହଦେଵଖୁଣ୍ଟା ଅଂଚଳର ସସ୍ମିତା ଜେନା । ଜଣେ ବିବାହିତା ମହିଳାଙ୍କୁ ଫୋନ୍ କରି ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରଲ କରିବାକୁ ଧମକ ଦେଉଥିଲେ । ଏଥିରେ ଅଭିଯୋଗକାରିଣୀଙ୍କ ପୁରୁଷ ବନ୍ଧୁ ମଧ୍ୟ ସାମିଲ ଥିଲେ ।

ବ୍ଲାକମେଲିଂ କରି ବିଭିନ୍ନ ସମୟରେ ଅଭିଯୋଗକାରିଣୀଙ୍କ ପାଖରୁ୨ ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ପରେ ପୋଲିସ ସସ୍ମିତାଙ୍କୁ ଗିରଫ କରିଥିଲା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ଲେଡି ବ୍ଲାକମେଲର ନିକଟରୁ ମୋବାଇଲ ଫୋନ, ଡେବିଟ କାର୍ଡ, ଚେକ ବୁକ ଓ ପାସବୁକ ଜବତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.