କୃଷକଙ୍କ ଦିଲ୍ଲୀ ଚଲ୍ଲୋ ଡାକରା, ପଞ୍ଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏ ଚାଷୀଙ୍କ ଭିଡ଼

ଦିଲ୍ଲୀ ଚଲ୍ଲୋ ଜିଦରେ ଅଟଳ ଚାଷୀ । ଆଜି ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବେ । ଗତକାଲି ପୋଲିସ ସହ ମୁହାଁମୁହିଁ ସ୍ଥିତି ପରେଆନ୍ଦୋଳନ ବନ୍ଦ ରଖିଥିଲେ । ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ସହମତି ହୋଇ ନପାରିବାରୁ ଚାଷୀମାନେ ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଛନ୍ତି ।

ନୂଆଦିଲ୍ଲୀ : ଦିଲ୍ଲୀ ଚଲ୍ଲୋ ଜିଦରେ ଅଟଳ ଚାଷୀ । ଆଜି ପୁଣି ଥରେ ଆନ୍ଦୋଳନ ଆରମ୍ଭ କରିବେ । ଗତକାଲି ପୋଲିସ ସହ ମୁହାଁମୁହିଁ ସ୍ଥିତି ପରେଆନ୍ଦୋଳନ ବନ୍ଦ ରଖିଥିଲେ । ଦାବି ପୂରଣ ନେଇ କେନ୍ଦ୍ର ସରକାରଙ୍କ ସହ ସହମତି ହୋଇ ନପାରିବାରୁ ଚାଷୀମାନେ ଦିଲ୍ଲୀ ଚଲୋ ଅଭିଯାନକୁ ଜୋରଦାର କରିଛନ୍ତି । ପଞ୍ଜାବର ଫତେଗଡ଼ ସାହିବରୁ ଶମ୍ଭୁ ସୀମା ଯାଏ ଶହ ଶହ ଟ୍ରାକ୍ଟର ଓ ଯାନବାହାନ ଧରି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ଚାଷୀ ।

ଗତକାଲି ପୋଲିସ ଲଗାଇଥିବା ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଥିଲା । ପଞ୍ଜାବ – ହରିଆଣାର ଶମ୍ଭୁ ସୀମାରେ କୃଷକ ସଂଗଠନ ସଦସ୍ୟ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଟିୟର ଗ୍ୟାସ ଓ ପାଣି ମାଡ଼ କରିଥିଲା । ୧୦ଦଫା ଦାବିରେ ଦିଲ୍ଲୀ ଚଲୋ ଡାକରା ଦେଇଛି ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କିଶାନ ମଜଦୁର ମୋର୍ଚ୍ଚା। ଦେଶର ପ୍ରାୟ ଦୁଇ ଶହ କୃଷକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ପ୍ରାୟ ଅଢେଇ ହଜାର ଟ୍ରାକଟର ସହ ୨୦ହଜାର କୃଷକ ରାଜଧାନୀକୁ ମୁହାଁଇଛନ୍ତି। କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀର ସିଙ୍ଗି, ଟିକ୍ରି, ଗାଜିପର ସୀମାନ୍ତ ସୁରକ୍ଷାର ଅଭୈଦ୍ୟ ଦୁର୍ଗ ପାଲଟିଛି । ସିମେଣ୍ଟର ବାରିକେଡ ସହ କଣ୍ଟାବାଡ଼ ଓ ଲୁହା କଣ୍ଟାକୁ ରାସ୍ତାରେ ପକାଇ କୃଷକଙ୍କୁ ଅଟକାଇବାକୁ ବ୍ୟବସ୍ଥା ହୋଇଛି । ଟିକ୍ରି-ସିନ୍ଧୁ ବର୍ଡର ସମେତ ୨୯ଟି ସୀମା ସିଲ୍ । ଗତକାଲି ଦିଲ୍ଲୀରେ ସାଂଘାତିକ ଟ୍ରାଫିକ ଜାମ୍ ହୋଇଥିଲା । ସେପଟେ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ। ୧୬ରେ ଗ୍ରାମୀଣ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.