ଖୋଲିବ ଦିଲ୍ଲୀର ହରର୍‌ ହାଉସ୍‌, ଭଡାରେ ନେବେ ଜଣେ ପାଥୋଲୋଜିଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଭୟାନକ ଗୃହ । ଯେଉଁ ଘରେ ପ୍ରାୟ ଦେଢ ବର୍ଷ ତଳେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୧୮ ଜୁଲାଇ ୧ ତାରିଖରେ ଏହି ଘରେ ମୃତ୍ୟୁ ଫାଶ ବସାଇ ୧୧ ଜଣଙ୍କୁ ନେଇ ଯାଇଥିଲା । ଜଣଙ୍କ ମୃତ ଦେହ ଲୁହା ରେଲିଂରେ ଝୁଲୁଥିବା ବେଳେ ଆଉ ୧୦ ଜଣଙ୍କ ମୃତଦେହ ତଳେ ପଡିଥିଲା। ଏହି ଘଟଣା ପରେ ଦିଲ୍ଲୀ ବୁରାରି ଅଞ୍ଚଳର ଏହି ହରର୍‌ ହାଉସ ବନ୍ଦ ଥିଲା । ଏବେ ଜଣେ ପାଥୋଲୋଜିଷ୍ଟ ଘରକୁ ଭଡା ସୂତ୍ରରେ ନେବେ । ତଳ ଫ୍ଲୋରରେ ପାଥୋଲାବ କରି ଉପର ଫ୍ଲୋରରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଘରେ ରହିବା ପୂର୍ବରୁ ସେ ପୂଜାପାଠ କରିବେ ବୋଲି କହିଛନ୍ତି । ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ପାଥୋଲୋଜିଷ୍ଟ ମୋହନ ସିଂ କାଶ୍ୟପ କହିଛନ୍ତି । ତାଙ୍କ ପିଲାମାନେ ଏହି ଘରକୁ ପୂର୍ବରୁ ଟ୍ୟୁସନ୍‌ ଆସୁଥିଲେ । ତାଙ୍କର କୌଣସି ଭୟ ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.