Below header

ରୁଷ ମଡେଲର ଭିକ୍ଟୋରିଆଙ୍କ ଖୁଲାସା, କହିଲେ ମେସେଜରେ ମୋର ନିକଟତର ହେବା ପାଇଁ ଚାହୁଁଥିଲେ ଏହି ଖେଳାଳୀ

କ୍ରିଷ୍ଟିୟାନୋ ରୋନାଲ୍ଡୋ କ୍ୟାରିୟରରେ ୭୦୦ ରୁ ଅଧିକ ଲକ୍ଷ୍ୟ ହାସଲ କରିଥିବା ଦୁନିଆର ଜଣେ ଶ୍ରେଷ୍ଠ ଫୁଟବଲ୍‌ ଖେଳାଳୀ। ଖେଳ ଜଗତର ସବୁଠାରୁ ଧନୀ ଖେଳାଳୀଙ୍କ ମଧ୍ୟରୁ କ୍ରିଷ୍ଟିୟାନ ରୋନାଲ୍ଡୋ ସ୍ୱତନ୍ତ୍ର। ସୂଚନା ମୁତାବକ ରୋନାଲ୍ଡୋ ଜଣେ ଫୁଟବଲ୍‌ ପ୍ଲେୟାର ଭାବେ ଯେପରି ପ୍ରସିଦ୍ଧ ସେପରି ତାଙ୍କ ନାଁରେ ଅନେକ ବିବାଦ ମଧ୍ୟ ଦେଖାଯାଇଥାଏ। କିଛି ଦିନ ପୂର୍ବରୁ ମଧ୍ୟ ଏଭଳି କିଛି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ରୁଷର ଜଣାଶୁଣା ମଡେଲ ଭିକ୍ଟୋରିଆ ଓଡିଣ୍ଟକୋଭା ଅଭିଯୋଗ କରିଛନ୍ତି ପର୍ତ୍ତୁଗାଲର ଏହି ଷ୍ଟାର ଫୁଟବଲର୍‌ ତାଙ୍କୁ ଇନଷ୍ଟାଗ୍ରାମରେ ଡାଇରେକ୍ଟ ମେସେଜ୍‌ ପଠାଇ ନିକଟତର ହେବା ପାଇଁ ଚେଷ୍ଟା କରିଥିଲେ।

https://www.instagram.com/p/B5slXlIJQ_J/?utm_source=ig_web_copy_link

୨୬ ବର୍ଷିୟ ଭିକ୍ଟୋରିଆ କେବଳ ଜଣେ ପ୍ରସିଦ୍ଧ ମଡେଲର ନୁହଁନ୍ତି ବରଂ ଜଣେ ଇନଷ୍ଟାଗ୍ରାମ ସେଲିବ୍ରେଟି ମଧ୍ୟ। ଇନଷ୍ଟାଗ୍ରାମରେ ତାଙ୍କର ୫୦ ଲକ୍ଷରୁ ଅଧିକ ପଲୋଓ୍ଵର ରହିଛନ୍ତି। ଏଥିରେ କ୍ରିଷ୍ଟିୟାନ ରୋନାଲ୍ଡୋ, ନୋମାର ଏବଂ ଫର୍ମୁଲା ଓ୍ଵନ ଚମ୍ପିୟାନ ଲେଓ୍ଵିସ ହେମିଲ୍ଟନଙ୍କ ନାଁ ମଧ୍ୟ ସାମିଲ ରହିଛି। ରୁଷ ଟେଲିଭିଜନ ଶୋ’ ମକରୀନାରେ ଭିକ୍ଟୋରିଆଙ୍କୁ ପଚାରାଯାଇଥିଲା କଣ କେବେ ୟୁେଓ୍ଵଟସର ଏହି ସୁପରଷ୍ଟାର ଫୁଟବଲର୍‌ ଆପଣଙ୍କର କୌଣସି ପୋଷ୍ଟ ଲାଇକ୍‌ କରିଛନ୍ତି। ଏହାର ଉତ୍ତରରେ ଭିକ୍ଟୋରିଆ କହିଥିଲେ, ‘ହଁ ଏପରି ହୋଇଛି…ସେ ମତେ ଡାଇରେକ୍ଟ ଇନଷ୍ଟାଗ୍ରାମରେ ମେସେଜ୍‌ ପଠାଇଥିଲେ। ଏହା ବହୁତ ପୂର୍ବର କଥା। ସେ ମେସେଜ୍‌ରେ ଲେଖିଥିଲେ, ‘ହାୟ, ଆପ କେସେ ହେ?’ କିନ୍ତୁ, ମୁଁ ଏହାର କିଛି ଉତ୍ତର ଦେଇନଥିଲି ଏବଂ ତାଙ୍କ ମେସେଜ୍‌ ଡିଲିଟ୍‌ କରିଦେଇଥିଲି।’କାରଣ ମୁଁ ତାଙ୍କୁ କୌଣସି ସୁଯୋଗ ଦୋବକୁ ଚାହୁଁନଥିଲି ଏବଂ ମୁଁ ଜାଣିଛି ସେ ଏପରି ଅନେକ ଝିଅଙ୍କୁ ମେସେଜ୍‌ ପଠାଇସାରିଛନ୍ତି। ଏହିକାରଣରୁ ମୁଁ ତାଙ୍କ ମତଲବକୁ ତୁରନ୍ତ ବୁଝିପାରି . . . . ଡ୍ୟୁଡ, ଗୁଡବାୟ, ଡିଲିଟ୍‌ କରିଦେଇଥିଲି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.