Below header

ମୁଣ୍ଡରେ ହାତ ଦେଇ ବସିଛି ଚାଷୀ, ଜଳି ପୋଡ଼ି ଗଲା ସାରାବର୍ଷର ଆହାର

ଆଠଗଡ଼ (କେନ୍ୟୁଜ୍) : ନିଆଁଲାଗି ପୋଡିଗଲା ଏକର ଏକର ଧାନ ଫସଲ । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଜଳି ପୋଡ଼ି ଗଲା ସାରାବର୍ଷର ଆହାର । ଆଠଗଡ଼ ରଘୁନାଥପୁର ନୟା ଗହୀରରେ କେହି ଦୁର୍ବୃତ୍ତ ଗହୀରରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଆଠଗଡ଼ ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ  ସବୁ ଛାରଖାର ହୋଇଯାଇଥିଲା । କୌଣସି ପ୍ରଶାସନିକ ଅଧିକାରୀ ନ ପହଞ୍ଚିବାରୁ ଉତ୍ତ୍ୟକ୍ତ ଚାଷୀ  ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ନିଆଁ ଜାଳି ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ମୋଟର ଅଟକି ରହିଥିଲା। ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ସହିତ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.