ହ୍ୟାକିଙ୍ଗ ମାଧ୍ୟମରେ ଏହି ଭାରତୀୟ ଯୁବକ କମାଇଲେ ୨.୨ କୋଟି ଟଙ୍କା

ଇଣ୍ଟର ନେଟ ହ୍ୟାକିଂ କଥା ଶୁଣିଲେ ସମସ୍ତଙ୍କ ମନରେ ଗୋଟେ ପ୍ରକାର ଛନକା ପଶିଯାଏ । ଏହି ଶବ୍ଦକୁ ଶୁଣିବା କ୍ଷଣି ଏକ ନେଗେଟିଭ ଚିନ୍ତାଧାରା ବି ମନକୁ ଆସେ । କିନ୍ତୁ ଆପଣ ହୁଏତ ସ୍ୱପ୍ନରେ ସୁଧା ଭାବିନଥିବେ ଏହି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରାଯାଇପାରିବ । କିନ୍ତୁ ହ୍ୟାକିଂଗର ବି ଏକ ପଜିଟିଭ ସାଇଟ ଅଛି । ଯାହାକୁ ଏଥିକାଲ ହ୍ୟାକିଂ କୁହାଯାଏ । ଏଥିକାଲ ହ୍ୟାକିଂ ମାଧ୍ୟମରେ କିଛି କମ୍ପାନୀ ଓ ଲୋକପ୍ରିୟ ୱେବସାଇଟ ମାନଙ୍କର ଲୁଫୋଲସ ବା ଅଭାବ ବିଷୟରେ ସହଜରେ ଜଣା ପଡିଥାଏ । ବର୍ତ୍ତମାନ ସମୟରେ ଆଇଟି ସେକ୍ଟରରେ ପୁରା ବିଶ୍ବରେ ଭାରତ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହା ସହ ଏଥିକାଲ ହ୍ୟାକ୍ସର ମାନେ ଏକ୍ଷେତ୍ରରେ ମଧ୍ୟ ବିଶେଷ ସକ୍ରିୟ ହୋଇଯାଇଛନ୍ତି । ଏମାନଙ୍କୁ  ଏଥିକାଲ ହ୍ୟାକର୍ସ କୁହାଯାଏ ।

hacking

ଏଯାବତ ଭାରତ ଜନ୍ମିତ ସିକୁରିଟି ରିସର୍ଚ୍ଚର ଆନନ୍ଦ ପ୍ରକାଶ ହ୍ୟାକିଂ ମାଧ୍ୟମରେ ହିଁ ୨.୨ କୋଟି ଟଙ୍କା ରୋଜଗାର କରିସାରିଲେଣି ।ଭେଲୋର ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରୁ ନିଜ ପାଠପଢା ଶେଷ କରିଥିବା ଆନନ୍ଦ ୨୦୧୦ ମସିହାରେ ହ୍ୟାକିଂ କରିବା ଆରମ୍ଭ କରିଥିଲେ । ନିଜର ଏକ ସାଙ୍ଗର ଅନୁରୋଧରେ ହିଁ ଏକ ଲୋକପ୍ରିୟ ସାଇଟକୁ ହିଁ ହ୍ୟାକିଂ କରିଥିଲେ । ପରେ ଆନନ୍ଦ ଅନ୍ୟ କେତେକ ହ୍ୟାକିଂର ଅନ୍ୟାନ ଟେକନିକ ଓ ଟୁଲସ ବିଷୟରେ ତଥ୍ୟ ହାସଲ କରିବାକୁ ଲାଗିଥିଲେ । ଆନନ୍ଦ ନିଜ କଲେଜ କ୍ୟାରିୟରରୁ ହିଁ ବିଭିନ୍ନ ବଗ୍ସ ଖୋଜିବାରେ ଏକ୍ସପର୍ଟ ହୋଇଯାଇଥିଲେ । ସେହି ଦିନରୁ ହିଁ ହ୍ୟାକିଂଗ କରିବା ଆରମ୍ଭ କରିଦେଇଥିଲେ ।

ପ୍ରଥମେ ୨୦୧୩ ମସିହାରେ ଏକ ଲୋକପ୍ରିୟ ସୋସିଆଲ ସାଇଡର ଏକ ବଗର ପତା ଲଗେଇଥିଲେ । ଏଥିପାଇଁ ତାଙ୍କୁ ୫୦୦ ଡ଼ଲାର ବା ଭାରତୀୟ ମୁଦ୍ରାରେ ୩୫,୦୦୦ ଟଙ୍କାରେ ପୁରସ୍କୃତ ମଧ୍ୟ କରାଯାଇଥିଲା । ଖାଲି ଫେସବୁକ ନୁହେଁ ଆହୁରି କେତେକ ୱେବସାଇଟରେ ବଗ୍ସର ପତ୍ତା ଆନନ୍ଦ ଲଗେଇଥିଲେ । ଆନନ୍ଦ ଏବେ ନେଟୱର୍କିଙ୍ଗ ସାଇଟର ଟପ -୩ ରିସର୍ଚ୍ଚରଙ୍କ ଭିତରେ ନିଜ ସ୍ଥାନ ବନେଇ ସାରିଛନ୍ତି । ଏମିତିକି ଟପ ଏଥିକାଲ ହ୍ୟାକର୍ସ ମାନଙ୍କ ଲିଷ୍ଟରେ ବି ଟଙ୍କା ନାଁ ସାମିଲ ହୋଇସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.