ରାଜପଥ ପରେଡ୍‌ରେ ସେନା ସୌର୍ଯ୍ୟ ଦେଖାଇବା ବେଳେ ରିଂ ରୋଡ୍‌ରେ ଚାଷୀ କରିବେ କିଷାନ୍‌ ଗଣତନ୍ତ୍ର ପରେଡ୍,ମିଳିଲା ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ମିଳିଲା ବିଧିବଦ୍ଧ ପୋଲିସ ଅନୁମତି । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସମାନ୍ତରାଳ ଟ୍ରାକ୍ଟର ପରେଡ କରିବେ ଚାଷୀ । ଏପଟେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଚାଲିଲା ବେଳେ ସେପଟେ କିଷାନ ଗଣତନ୍ତ୍ର ପରେଡ୍‌ କରିବେ ଚାଷୀ। ରିଂରୋଡ ଉପରେ ହେବ ପରେଡ୍‌ । ଶହେ କିଲୋମିଟର ବ୍ୟାପି ଶାନ୍ତିପୂର୍ଣ୍ଣ ପରେଡ୍‌ ହେବ । ସଂଧ୍ୟା ସୁଦ୍ଧା ପୁଣି ଫେରି ଆସିବେ ସିଂଘୁ ସୀମାକୁ । ସାମିଲ ହେବ ଏକ ହଜାରରୁ ଅଧିକ ଟ୍ରାକ୍ଟର । ଶନିବାର ପୋଲିସ ଅନୁମତି ମିଳିଥିବା ଚାଷୀଙ୍କ ଘୋଷଣା ପରେ ପଞ୍ଜାବ ଓ ହରିଆଣାରୁ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ଦିଲ୍ଲୀ ମୁହାଁ ହୋଇଛି । ଗତକାଲି ଅନୁମତି ମିଳିଥିବା ଚାଷୀଙ୍କ ଦାବି ପରେ ଦିଲ୍ଲୀ ପୋଲିସ କହିଥିଲା, ପରେଡ୍‌ ପାଇଁ ଲିଖିତ ରୁଟ୍‌ ଜଣାଇ ନାହାନ୍ତି ଚାଷୀ।

tractor rally 12
Picture Courtesy
;Telegraph India

ମୁମ୍ବାଇ ଆଡ଼କୁ ମାଡ଼ି ଆସୁଛି ଚାଷୀ ସମୁଦ୍ର । ମହାରାଷ୍ଟ୍ରର ୨୧ଟି ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଚାଷୀ ମୁମ୍ବାଇ ମୁହାଁ । ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡ୍‌ର ପୂର୍ବଦିନ ରାଜ୍ୟ ରାଜଧାନୀ ମୁମ୍ବାଇରେ ଏମାନେ ପ୍ରତିବାଦ କରିବେ । ନାସିକ୍‌ରେ ଛୋଟ ଛୋଟ ଚାଷୀ ସଂଗଠନ ଏକାଠି ହେବା ପରେ ଅଖିଳ ଭାରତୀୟ କିଷାନ ସଭା ବ୍ୟାନରରେ ଶନିବାର ମୁମ୍ବାଇ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ। ୧୮୦ କିଲୋମିଟର ପଦଯାତ୍ରାରେ ଆସୁଛନ୍ତି ଚାଷୀ । ହାତରେ ବ୍ୟାନର ଆଉ ପତାକା ଧରି ସମୁଦ୍ରର ସୁଅ ଭଳି ମାଡ଼ି ଆସୁଛନ୍ତି ।

tractor rally 2
picture courtesy: NDTV

କିଛି ଘଣ୍ଟା ପରେ ଏହି ଶୋଭାଯାତ୍ରା ମୁମ୍ବାଇରେ ପହଞ୍ଚିବ। ଐତିହାସିକ ଆଜଦ ମୈଦାନରେ ଆସନ୍ତାକାଲି ବିଶାଳ ପ୍ରତିବାଦ ସଭା କରିବେ ଚାଷୀ । ଏଥିରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ସାମିଲ ହେବା ସୂଚନା ରହିଛି।କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ। ସରକାରଙ୍କ ସହ ତୁହାକୁ ତୁହା ଆଲୋଚନା ବିଫଳ ହୋଇଛି । କାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଥିଲେ ଚାଷୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.