ମୃତ ପୁଅର ସ୍ପର୍ମ ଉପରେ ରହିଛି ପତ୍ନୀର ଅଧିକାର : କାଲ୍‌କାଟା ହାଇକୋର୍ଟ

କୋଲକାତା :  କୋଲ୍‌କାତାରେ ରହୁଥିବା ଜଣେ ବ୍ୟକ୍ତି ପୁଅର ସ୍ପର୍ମ (ବୀର୍ଯ୍ୟ) ପାଇବା ପାଇଁ କୋର୍ଟଙ୍କ ସହାୟତା ନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ପୁଅର ମୃତ୍ୟୁ ପରେ ମେଡିକାଲ ଫ୍ରିଜ୍‌ରେ ରଖାଯାଇଥିବା ସ୍ପର୍ମ ନେବା ପାଇଁ ବାପା ଜଣକ କୋର୍ଟରେ ଆବେଦନ କରିଥିଲେ । ହେଲେ ତାଙ୍କ ଆବେଦନର ଶୁଣାଣି କରି କାଲ୍‌କାଟା ହାଇକୋର୍ଟ ତାଙ୍କୁ ସ୍ପର୍ମ ଦେବାକୁ ମନା କରିଦେଇଛନ୍ତି । କେବଳ ସେତିକି ନୁହେଁ ପୁଅ ବିବାହିତ ହୋଇଥିବାରୁ ସ୍ପର୍ମ ଉପରେ କେବଳ ପତ୍ନୀଙ୍କ ଅଧିକାର ରହିଛି ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ।

ସୂଚନାନୁଯାୟୀ, ପୁଅ ଥାଲସେମିଆ ରୋଗୀ ଥିବାରୁ ଭବିଷ୍ୟତ ବ୍ୟବହାର ପାଇଁ ତାଙ୍କ ସ୍ପର୍ମ ଦିଲ୍ଲୀ ଡାକ୍ତରଖାନାରେ ସଂରକ୍ଷିତ ରଖିଥିଲେ । ହେଲେ ପୁଅର ମୃତ୍ୟୁ ହୋଇଯିବାରୁ ବାପା, ପୁଅର ସ୍ପର୍ମ ପାଇବା ପାଇଁ ହସ୍‌ପିଟାଲରେ ଆବେଦନ କରିଥିଲେ । କିନ୍ତୁ ହସ୍‌ପିଟାଲ କର୍ତ୍ତୃପକ୍ଷ କହିଥିଲେ ଯେ ପୁଅ ବିବାହିତ ଥିବାରୁ ସ୍ପର୍ମ ନେବାକୁ ହେଲେ ପତ୍ନୀଙ୍କ ଅନୁମତି ଦରକାର । ତେଣୁ ପୁଅର ବାପା ସ୍ପର୍ମ ପାଇବା ପାଇଁ ପତ୍ନୀଙ୍କ ସହ ଯୋଗାଯୋଗ କରିଥିଲେ । ମାତ୍ର ପତ୍ନୀ ସ୍ପର୍ମ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ ।

ଫଳରେ ପିତା ସ୍ପର୍ମ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ବିଚାର କରି ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ରାୟରେ କହିଥିଲେ ଯେ ପୁଅର ସ୍ପର୍ମ ନେବା ପାଇଁ ବାପାଙ୍କର କୈାଣସି ମୈାଳିକ ଅଧିକାର ନାହିଁ । ପୁଅ ବିବାହିତ ଥିବାରୁ ପୁଅଙ୍କ ସ୍ପର୍ମ ଉପରେ କେବଳ ପତ୍ନୀଙ୍କର ଅଧିକାର ରହିଛି ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ଏହି ମାମଲା ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.