ଲଙ୍ଗସ୍ ସେଲ ଉପରେ ପ୍ରଭାବ ପକାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ, ଆଗାମୀ ୬ ମାସ ବିପଜ୍ଜନକ

ଡେ଼ଲ୍ଟା ପ୍ଲସ ଅଧିକ ମାରାତ୍ମକ ବୋଲି ଜଣାଯାଇଛି । ଲଙ୍ଗସ୍ ସେଲ ଉପରେ ଏହି ଭାରିୟାଣ୍ଟ ଅଧିକ ପ୍ରଭାବ ପକାଉଛି। କିନ୍ତୁ ଜଣାଯାଇଛିଯେ ଆଣ୍ଟିବଡି କକଟେଲ ଲେସ ଇଫେକ୍ଟିଭ ହେଇପାରେ। ଡେ଼ଲ୍ଟା ଭ୍ୟାରିଆଣ୍ଟ ତିନି ଜଣ ଇନଫରମେସନ୍ର ଶିକାର ହୋଇଥିବା ନେଇ ରିପୋର୍ଟ ଆସିଛି। ଗୋଟେ ପଟରେ WHO ଏହାକୁ ଭ୍ୟାରିଏଣ୍ଟ ଅଫ concern ଘୋଷଣା କରିନଥିବା ବେଳେ ଭାରତ କରିସାରିଛି। ଦେଶରେ ଏବେ ଉପଲବ୍ଧ ହେଉଥିବା ଭ୍ୟାକ୍ସିନ ଏହା ବିରୋଧରେ କାମ କରୁଛି କି ନାହିଁ ସେ ତଥ୍ୟ ଖୁବଶୀଘ୍ର ଆସିଯିବ ବୋଲି ସୂଚନା ଦେଇଛନ୍ତି । ଇମ୍ୟୁନିଟି ଏସ୍କେପ ମେକାନିଜିମ ଏଥିରେ ଥିବାରୁ କିଛିଟା ଭୟ ରହିଛି ବୋଲି କହିଛନ୍ତି ।

ଏହାକୁ ଏକ ଚିନ୍ତାଜନକ ବିଷୟ ଭାବେ ଘୋଷଣା କରାଯାଇଛି। ଆଗାମୀ ୬ ମାସ ସତର୍କ ରହିବାକୁ ପଡିବ। ଏହା ସହ ଜିନୋମିକ ସିକୁଏନ୍ସିଙ୍ଗକୁ ବଢ଼େଇବାକୁ ପଡିବ,ଟେଷ୍ଟିଂ,କଣ୍ଟାକଟ tracing ଓ ଆଇସୋଲେସନ୍ ଜୋରଦାର କରିବାକୁ ପଡିବ। ନିୟମ କଡାକଡି ଭାବେ ପାଳନ କଲେ ଭାଇରସ୍ ଆଉ ସେତେଟା ସ୍ପ୍ରେଡ଼ କରିବନି । ଜିନୋମିକ ସିକୁଏନ୍ସ ସଂଖ୍ୟାକୁ ଧୀରେ ଧୀରେ ବଢ଼େଇବାକୁ ପଡିବ। ବର୍ତ୍ତମାନର କେଶକୁ ଦେଖି ବର୍ତ୍ତମାନ ଅନଲକ କରିବା ଉଚିତ ନୁହେଁ ବୋଲି ମତ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.