Below header

ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ ଡ଼ିଏମଙ୍କ ପତ୍ନୀ,ସରକାରୀ ବ୍ୟବସ୍ଥା ଦେଖି ହୋଇଗଲେ ହତବାକ

ଅବସ୍ଥିତିକୁ ଅଣଦେଖା କରି ନୈନିତାଲ ଡ଼ିଏମଙ୍କ ପତ୍ନୀ ଶୁକ୍ରବାର ନିଜ ପିଲାର ଚିକିତ୍ସା ପାଇଁ ବିଡି ପାଣ୍ଡେ ଜିଲ୍ଲା ସରକାରୀ ହସ୍ପିଟାଲରେ ପହଂଚିବା ପରେ ସେଠାକାର ସ୍ୱାସ୍ଥ୍ୟ ଵ୍ୟଵସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ତାଙ୍କୁ ଟିକେଟ ବନେଇବା ପାଇଁ ଅଧଘଂଟା ଲାଇନରେ ଠିଆ ହେବାକୁ ପଡିଥିଲା ଏବଂ ତାପରେ ଡାକ୍ତର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଶେଷରେ ଡାକ୍ତର ଆସିବା ପରେ ମହିଳାଙ୍କ ସହ ପିଲାକୁ ନିଜ କକ୍ଷରେ ବସିଥିବା ଦେଖି ରାଗି ଯାଇଥିଲେ। ଡ଼ିଏମଙ୍କୁ ଏହି ବିଷୟରେ ପଚରିବାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କଡା ପଦକ୍ଷେପ ନିଆଯାଉଛି ଏବଂ ଦାୟିତ୍ୱହୀନ ଡାକ୍ତରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ଜିଲ୍ଲା ଅଧିକାରୀ ସବିନ ବଂଶଲ ଶୁକ୍ରବାର ଚୋରଗଲିଆର ବ୍ୟବସ୍ଥା ଦେଖିବା ପାଇଁ ଯାଇଥିବା ବେଳେ ତାଙ୍କ ପତ୍ନୀ ସୁରଭି ବଂଶଲ ପୁତ୍ର ସନବକୁ ଦେଖାଇବା ପାଇଁ ବିଡି ପାଣ୍ଡେ ଜିଲ୍ଲା ସରକାରୀ ହସ୍ପିଟାଲରେ ପହଂଚିଥିଲେ। ନିଜ ପରିଚୟ ଲୁଚାଇ ସେ ସାଧାରଣ ଲୋକ ଭଳି ଲାଇନରେ ଠିଆ ହୋଇ ଟିକେଟ କରିଥିଲେ ଏବଂ ଟିକେଟ ବନାଇବା ପାଇଁ ତାଙ୍କୁ ଅଧଘଣ୍ଟା ସମୟ ଲାଗିଥିଲା। ପ୍ରଥମେ ସେ ଶିଶୁରୋଗ ବିଶେଷଜ୍ଞ ଡଃ ଏମ ଏସ ରାୱତଙ୍କ ପାଖେ ତାଙ୍କ ପିଲାକୁ ଦେଖାଇଥିଲେ। ଡଃ ରାୱତଙ୍କୁ ଦେଖାଇବା ପରେ ସେ ଅନ୍ୟ ଜଣେ ଶିଶୁ ବିଶେଷଜ୍ଞଙ୍କୁ ଦେଖାଇବାକୁ ଯାଇଥିଲେ କିନ୍ତୁ ସେ ନିଜ କକ୍ଷରେ ନଥିଲେ ସେଥିପାଇଁ ଡାକ୍ତରଙ୍କ କକ୍ଷରେ ବସି ତାଙ୍କୁ ଅପେକ୍ଷା କରିଥିଲେ। କିଛି ସମୟପରେ ଡାକ୍ତର ଆସିଥିଲେ କିନ୍ତୁ ମହିଳାଙ୍କୁ ନିଜ କକ୍ଷରେ ଦେଖି ରାଗିଯାଇଥିଲେ ଓ କହିଥିଲେ ଯେତେବେଳେ ଡାକ୍ତର ତାଙ୍କ କକ୍ଷରେ ନାହାନ୍ତି ସେତେବେଳେ ବାହାରେ ବସି ତାଙ୍କ ଅପେକ୍ଷା କରିବା ଉଚିତ।ଏହା ବ୍ୟତୀତ ଡ଼ିଏମଙ୍କ ପତ୍ନୀଙ୍କୁ ଏହିଭଳି ଅନ୍ୟ ଅବ୍ୟବସ୍ଥାର ମଧ୍ୟ ଶିକାର ହେବାକୁ ପଡିଥିଲା। ଫେରିବା ସମୟରେ ଯେତେବେଳେ ତାଙ୍କ ପାଖେ ସରକାରୀ ଗାଡି ପହଞ୍ଚିଥିଲା ହସ୍ପିଟାଲ ପ୍ରଶାସନକୁ ପ୍ରକୃତ ସତ ଜଣାପଡିଥିଲା ଯାହାକି ସେଠାରେ ଆଲୋଡନ ସୃଷ୍ଟି କରିଥିଲା। ଡିଏମ ସବିନ ବଂଶଲ କହିଛନ୍ତି କି ତାଙ୍କ ପୁଅର ଏହା ରୁଟିନ ଚେକଅପ ଥିଲା ଯାହାଦ୍ୱାରା ସେ ସିଧାସଳଖ ଭାବେ ହସ୍ପିଟାଲର ଅବ୍ୟବସ୍ଥା ବିଷୟରେ ଅଵଗତ ହୋଇପାରିଲେ।

ହସ୍ପିଟାଲରେ ରୋଗୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ ଓ ଅନେକ ସମୟରେ ଡାକ୍ତରମାନେ ମଧ୍ୟ ଅନୁପସ୍ଥିତି ରହିଥାନ୍ତି ବୋଲି ସେଠାକାର ଲୋକମାନେ ଅଭଯୋଗ କରିଛନ୍ତି। ବ୍ୟବସ୍ଥାକୁ ସୁଧାରିବା ପାଇଁ କଡା ପଦକ୍ଷେପ ନିଆଯିବ ଓ ଦାୟିତ୍ୱହୀନ ଡାକ୍ତର ମାନଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏମ ସୂଚନା ଦେଇଛନ୍ତି। ଏହା ସହିତ ଡାକ୍ତର ମାନେ ରୋଗୀମାନଙ୍କୁ କିଭଳି ବ୍ୟବହାର କରୁଛନ୍ତି ସେନେଇ ମଧ୍ୟ ଏକ କାଉନ୍ସିଲର ବ୍ୟବସ୍ଥା କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.