ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପ୍ରଥମ ଫସଲ କରିବା ପ୍ରସ୍ତୁତିରେ ନାସା

ଆମେରିକାର ସ୍ପେସ୍ ଏଜେନ୍ସୀ ନ୍ୟାସନାଲ ଏରୋନଟିକ୍ସ ଏଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା) ଦ୍ବାରା ଅନ୍ତରିକ୍ଷରେ ଫଳ ଫସଲ କରିବା ପ୍ରୟାସ ଶୀଘ୍ର ହିଁ ସଫଳ ହୋଇପାରେ। ଯଦି ସବୁ କିଛି ଠିକ ଭାବରେ ହୋଇଗଲା ତେବେ ନଭେମ୍ବରରେ ନାସା ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନରେ ଏକ ନୂତନ ଜିନିଷର ଫସଲ କରାଯିବ।

ମହାକାଶ ଯାତ୍ରୀ ଏବଂ ବୈଜ୍ଞାନିକଙ୍କ ଦ୍ବାରା ଅନ୍ତରୀକ୍ଷରେ ବିଭିନ୍ନ ଗଛ ଏବଂ ପରିବା ଫସଲ କରିବା ପରେ ପ୍ରଥମ ଥର ଫଳର ନାମ ଆସିଛି। ନାସାର ବୈଜ୍ଞାନିକ ଅନ୍ତରିକ୍ଷରେ ଏସ୍ପନୋଲା ଲଙ୍କାର ଗଛ ଚାଷ କରିବା ପ୍ରସ୍ତୁତିରେ ଅଛି।

ଏହା ପଛର କାରଣ ବହୁତ ସରଳ। ଏହି ଏସ୍ପନୋଲା ଲଙ୍କା ଗଛ ଉଚ୍ଚତାରୁ ବଢ଼ିବା ସହିତ ଏହାକୁ ସହଜରେ ଫର୍ଟିଲାଇଜ୍ କରିହେବ। ଏମିତି ଏକ ଗଛର ଯାଞ୍ଚ କରାଯାଉଥିଲା ଯାହା ବହୁତ ଲମ୍ବା ହୋଇନଥିବ ଏବଂ ନିୟନ୍ତ୍ରିତ ବାତାବରଣ ଓ ମହାକାଶରେ ବହୁତ ଭଲଭାବେ ଉତ୍ପାଦନ ହୋଇପାରିବ।

chile pepperନାସାର ହର୍ଟିକଲଚର ବୈଜ୍ଞାନିକଙ୍କ କହିବାନୁଯାୟୀ ସ୍ବାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଏହି ଲଙ୍କା ଗଛ ଭିଟାମିନ ସିର ସ୍ରୋତ ଅଟେ। ଏହାର ବ୍ୟବହାର ମହାକାଶ ଯାତ୍ରୀଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିବା ପାଇଁ କରାଯାଇପାରେ।

ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି ଯେ ନାସାରେ ଭୋଜନ କରିବା ସବୁଠାରୁ ବଡ ପ୍ରାଥମିକତା ଅଟେ। ଆମେ ସେହି ରକେଟର ନିର୍ମାଣ କରିପାରନ୍ତି ଯାହା ଦ୍ବାରା ଆମେ ମଙ୍ଗଳକୁ ଯିବାକୁ ଚାହୁଁଛୁ। କିନ୍ତୁ ଏହା ସେତେବେଳେ କାମ କରିବ ନାହିଁ ତେବେବେଳେ ଆମ ପାଖରେ ଖାଇବା ପାଇଁ ଖାଦ୍ୟ ନଥିବ।

ଏହା ସହ ପଢ଼ନ୍ତୁ : ନାସା ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଖୁଲାସା, ଚନ୍ଦ୍ରଙ୍କ ପଛରେ ଲୁଚି ରହିଛି ସୂର୍ଯ୍ୟଙ୍କ ଇତିହାସ

ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ମହାକାଶଚାରୀ

ପ୍ଲାଣ୍ଟ ଫିଜିୟୋଲୋଜିଷ୍ଟ ରେ ହ୍ବିଲର ଜଣାଇଛନ୍ତି ଯେ ମହାକାଶ ଯାତ୍ରୀ ସବୁବେଳେ ମସଲାଯୁକ୍ତ ଏବଂ ସ୍ବାଦିଷ୍ଟ ଖାଦ୍ୟ ପଦାର୍ଥର ଦାବି କରନ୍ତି। ଏହି ଏସ୍ପନୋଲା ଗଛକୁ ନଭେମ୍ବର ଏବଂ ଜାନୁଆରୀ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନରେ ପଠାଯିବାକୁ ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.