Below header

ତେଲ ମେସିନରେ କଟିଗଲା ପିଲାର ହାତ, ୮ ଘଣ୍ଟା ପରିଶ୍ରମ କରି ହାତ ପ୍ରତ୍ୟାରୋପଣ କଲେ ଡାକ୍ତର

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌର କେଜିଏମ୍‌ ୟୁନିଭରସିଟିରେ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ଜଣେ ଛୋଟ ପିଲାର କଟା ହାତକୁ ପ୍ରତ୍ୟାରୋପଣ କରାଯାଇଛି। ଡାକ୍ତର ୮ ଘଣ୍ଟା ପରିଶ୍ରମ କରି ସର୍ଜରୀ କରିବା ପରେ ସଫଳତା ମିଳିଛି ।

କେଜିଏମର ଡାକ୍ତର ଟିମ ହାତକୁ ପ୍ରତ୍ୟାରୋପଣ କରି ପିଲାଟିକୁ ଦ୍ୱିତୀୟ ଥର ପାଇଁ ଜୀବନ ଦାନ କରିଛନ୍ତି। ଏହି ସମୟରେ ପିଲାଟିକୁ ୩ ୟୁନିଟ୍‌ ରକ୍ତ ମଧ୍ୟ ଦିଆଯାଇଛି । ହାତ କାଟିବା ପରେ ପିଲା ଶରୀରରୁ ରକ୍ତ ବୋହି ଯାଇଥିବାରୁ ଏପରି କରାଯାଇଥିଲା ।

ଅମେଠିରେ ରହୁଥିବା ୧୪ ବର୍ଷୀୟ ଶିବାଂଶଙ୍କ ଡାହାଣ ହାତ ତେଲ କାଢିବା ମେସିନରେ ଫଶି କଟିଯାଇଥିଲା। କାନ୍ଧ ଠାରୁ ହାତ କଟିଯାଇଥିଲା । ଦୁର୍ଘଟଣା ପରେ ପରିବାର ଲୋକ ହସପିଟାଲ ନେଇ ପହଞ୍ଚିଥିଲେ । ପିଲାର ହାତକୁ ଆଇସବ୍ୟାଗରେ ରଖି କେଜିଏମ୍‌କୁ ଆଣିବାକୁ ଡାକ୍ତର କହିଥିଲେ ।

କେଜିଏମରେ ସଫଳତାପୂର୍ବକ ଯୋଡି ଦିଆଯାଇଥିଲା। ହାତକୁ ସଂପୂର୍ଣ୍ଣ ଭାବେ ଶରୀରରେ ପ୍ରତ୍ୟାରୋପଣ କରିବା ପାଇଁ ୮ ଘଣ୍ଟା ସମୟ ଲାଗିଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗର ପ୍ରଫେସର ବିଜୟ କୁମାରଙ୍କ ନେତୃତ୍ୱରେ ଅସ୍ଥିଶଲ୍ୟ ବିଭାଗର ଡାକ୍ତରଙ୍କ ଟିମ୍‌ ସଫଳତାର ସହିତ ଅସ୍ତ୍ରୋପଚାର କରିଥିଲେ । ତେବେ ପିଲାର ଅସ୍ତ୍ରୋପଚାର ପରେ ଡ୍ରେସିଂ ହେବା ପରେ ଧୀରେ ଧୀରେ ହାତ ହଲାଉଛନ୍ତି। ସାମନ୍ୟ ଭାବେ ହାତ କାମ କରିବା ପରେ ପିଲାକୁ ହସପିଟାଲରୁ ଡିସଚାର୍ଜ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.