ବିଶ୍ବସ୍ଥ ପ୍ରାଣୀ ବୋଲି କଲା ପ୍ରମାଣ, ଜୀବନକୁ ବାଜି ଲଗାଇ ନାଗ ସାପ ସହ ଲଢ଼ି ବଞ୍ଚାଇଲା ମାଲିକର ପ୍ରାଣ
ଆଜିକାଲିର ସମୟରେ ସହଜରେ କାହାକୁ ଭରସା କରିହେଉନାହିଁ। କେଉଁଠି ଭାଇ ଭାଇର ଶତ୍ରୁ ପାଲଟିଯାଉଛି ତ କେଉଁଠି ପୁଅ ବାପର ଶତ୍ରୁ ପାଲଟୁଛି। ଯେଉଁ ସମୟରେ ମଣିଷ ଉପରେ ଭରସା କରିହେଉ ନାହିଁ ସେହି ସମୟରେ ଏକ କୁକୁର ପାଲଟିଛି ବିଶ୍ବସନୀୟତାର ଜ୍ବଳନ୍ତ ଉଦାହରଣ। ଯିଏ କି ନିଜ ପ୍ରାଣର ଆହୁତି ଦେଇ ମାଲିକର ପରିବାରକୁ ଜୀବନ ଦାନ ଦେଇଛି।
ଘଟଣାଟି ହେଉଛି ବିହାରର ମାହାରାଜଗଞ୍ଜ ଅଞ୍ଚଳର। ଉକ୍ତ ଞ୍ଚଳର ମୁକେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଘରେ ଏକ କୁକୁର ପାଳିଥିଲେ। କୁକୁରଟି ବେଶ୍ ବିଶ୍ବସ୍ତ ଥିଲା। ମୁକେଶ ମଧ୍ୟ ତାକୁ ଅନେକ ଭଲପାଉଥିଲେ। ସବୁଦିନ ପରି ଗତକାଲି ରାତିରେ ମଧ୍ୟ ଘରେ ସମସ୍ତେ ଶୋଇବାବେଳେ କୁକୁରଟି ବାହାରେ ଘର ଜଗୁଥିଲା। କିନ୍ତୁ ଆଜି ସକାଳେ ମୁକେଶ ଉଠି ବାହାରକୁ ଆସି ଯାହା ଦେଖିଲେ ତାହା ସେ ସହଜରେ ବିଶ୍ବାସ କରିପାରିଲେ ନାହିଁ।
ଏହା ସହ ପଢ଼ନ୍ତୁ : ୨୫ ବର୍ଷ ଛୁଆର ମା କରିଥିଲେ ୨୦୦ରୁ ଅଧିକ ଲୋକଙ୍କୁ ଡେଟ , ଶେଷରେ ବିବାହ କଲେ କୁକୁରକୁ
ମୁକେଶ ଦେଖିଲେ ଯେ ତାଙ୍କ ପ୍ରିୟ କୁକୁର ମରି ତଳେ ପଡ଼ିଛି। ଆଉ ତା ପାଖରେ ପଡ଼ିଛି ଏକ ବିଷାକ୍ତ ସାପର ମୃତ ଦେହ। ଏସବୁ ଦେଖି ଅନୁମାନ କରାଯାଇପାରୁଥିଲା ଯେ ରାତିରେ ସେହି ବିଷାକ୍ତ ସାପଟି ଘରକୁ ପଶିବାକୁ ଉଦ୍ୟମ କରୁଥିଲା। ଆଉ କୁକୁରଟି ତା ଜୀବନକୁ ବାଜି ଲଗାଇ ସାପଟିକୁ ଘର ଭିତରକୁ ପ୍ରବେଶ କରିବାରୁ ରୋକିଥିଲା। ହେଲେ ଦୁଃଖର କଥା ଯେ ସାପର ଚୋଟରେ ସେ ବର୍ତ୍ତିପାରି ନଥିଲା। ଫଳରେ ତାର ଜୀବନ ଚାଲିଯାଇଥିଲା। ହେଲେ ସବୁଠୁୁ ବଡ଼ କଥା ହେଲେ କୁକୁରଟି ମରିଗଲା ସତ ହେଲେ ସାପଟିକୁ ମଧ୍ୟ ମାରିଦେଇଥିଲା ଏବଂ ଯାଉ ଯାଉ ମାଲିକ ଓ ତାଙ୍କ ପରିବାରକୁ ଜୀବନ ଦାନ ଦେଇ ଚାଲିଗଲା। ବୋଧ ହୁଏ ଏଥିପାଇଁ କୁହାଯାଏ କୁକୁର ହିଁ ଦୁନିଆର ସବୁଠାରୁ ବିଶ୍ବସ୍ତ ପ୍ରାଣୀ।