ଘଡଘଡି ଶବ୍ଦ ଶୁଣି ଡରିଯାଇଥିଲା କୁକୁର, ଦେଖନ୍ତୁ କିପରି ତାକୁ ଶାନ୍ତ କରୁଛି ଏହି କୁନି ପିଲା

ସୋସିଆଲ ମିଡ଼ିଆରେ ପ୍ରତିଦିନ ଲକ୍ଷ ଲକ୍ଷ ଭିଡିଓ ଭାଇରଲ ହୋଇଥାଏ ସେଥିମଧ୍ୟରୁ କିଛି ଭିଡିଓ ମନକୁ ଛୁଇଁ ଯାଇଥାଏ । ଠିକ ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ ।

ଏହି ଭିଡିଓଟି ଏକ କୁକୁର ଏବଂ ଗୋଟେ ଛୋଟ ପିଲାର ଅଟେ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କୁକୁରଟି ବିଜୁଳି ଓ ଘଡ଼ଘଡ଼ିକୁ ଡରି ଘରର ଏକ କୋଣରେ ଲୁଚିଯାଉଛି ଏବଂ ପିଲାଟି ଯାଇ ତାପାଖରେ ବସି ଯାଉଛି । ୧ ମିନିଟର ଏହି ଭିଡିଓରେ ସଫା ସଫା ଦେଖିବାକୁ ମିଳିଛି ଯେ ପିଲାଟି ତା ପାଖରେ ବସି ତାକୁ ସ୍ୱାଭାବିକ କରାଇବାକୁ ଚେଷ୍ଟା କରୁଛି ।

ହୃଦୟକୁ ଛୁଇଁ ଯାଉଥିବା ଏହି ଭିଡ଼ିଓଟି କିଛିଦିନ ପୂର୍ବେ ଟ୍ୱିଟରରେ ସେୟାର କରାଯାଇଥିଲା । ଯାହାର କ୍ୟାପ୍ସନରେ ଲେଖାଥିଲା ‘ଘଡଘଡି ସମୟରେ ନିଜର ବନ୍ଧୁଙ୍କୁ ସାନ୍ତ୍ୱନା’ । ତେବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଏବଂ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.