Below header

ପୋଷା କୁକୁରକୁ କାର୍‌ ଭିତରେ ବନ୍ଦ କରି ଚାଲିଗଲେ ମାଲିକ, ତା’ ପରେ ହେଲା କ’ଣ? ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଏବେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖିଲେ ଲାଗୁଛି, ଏକ କୁକୁରର ମାଲିକ କୁକୁରଟିକୁ କାର ଭିତରେ ବନ୍ଦ କରି କୁଆଡ଼େ ଚାଲିଯାଇଛନ୍ତି। ଏହାପରେ ଡଗି ଏତେ ଜୋର୍‌ରେ ହର୍ନ ମାରୁଛି ଯେ ଶେଷରେ ମାଲିକକୁ ହର୍ନ ଶବ୍ଦ ଶୁଣି ଦୌଡ଼ି ଆସିବାକୁ ପଡ଼ିଛି।

d1

Steele von Hoff ନାମକ ବ୍ୟକ୍ତି ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରିଛନ୍ତି। ହଫ୍‌ ପେସାରେ ଜଣେ ସାଇକ୍ଲିଷ୍ଟ। ଭିଡିଓଟିକୁ ପୋଷ୍ଟ କରି ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘ଯେତେବେଳେ ମୋ ମା’ ମୋତେ କାର୍‌ରେ ଛାଡ଼ି ସୁପରମାର୍କେଟ୍‌ ଚାଲିଯାଉଥିଲେ’।

ଭିଡିଓରେ ଦେଖିବାକୁ ମିଳୁଛି ଯେ କୁକୁରଟି ଡ୍ରାଇଭର ସିଟ୍‌ରେ ବସି ଷ୍ଟିୟରିଙ୍ଗ୍‌ରୁ ହର୍ନ ବଜାଉଛି। ମାଲିକ ଦୌଡ଼ି ଦୌଡ଼ି ଆସୁଛନ୍ତି ଏବଂ କାର୍‌ ଡୋର୍‌ ଖୋଲୁଛନ୍ତି। ଏହାପରେ ଡଗି ବାହାରକୁ ଆସୁଛି। ଏହାସହିତ ଆଉ ଏକ ଡଗି ମଧ୍ୟ କାର୍‌ରୁ ବାହାରୁଛି।

ଭିଡିଓ ଅପ୍‌ଲୋଡ୍‌ ହେବା ମାତ୍ରେ ଏହାକୁ ୪୬,୦୦୦ରୁ ଅଧିକ ଲୋକ ପସନ୍ଦ କରିସାରିଲେଣି। ଏବେ ଏହି କଥା ନିଶ୍ଚିତ ମନେ ରହିବ ଯେ ନିଜ ଡଗିକୁ କାର୍‌ ଭିତରେ ବନ୍ଦ କରି ଚାଲିଗଲେ, ସେ ଏମିତି ବି କାମ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.