Below header

ବାଣପୁର ସ୍ଥିତ ଜିରୀପଡା ଜଳ ପ୍ରପାତ, ପ୍ରକୃତିର ଏହି ସୁନ୍ଦର ସୃଷ୍ଟିକୁ ଦେଖିବାକୁ ଛୁଟି ଆସନ୍ତି ଲୋକେ

ଟାଙ୍ଗୀ(କେନ୍ୟୁଜ୍): ପ୍ରକୃତିର ଅପୂର୍ବ ସୃଷ୍ଟି ଭର୍ତି ହୋଇ ରହିଛି ଆମ ଓଡ଼ିଶାରେ। ବିଭିନ୍ନ ଜିଲ୍ଲାରେ ରହିଛି ବିଭିନ୍ନ ପର୍ଯ୍ୟଟକ ସ୍ଥଳୀ । ପିକନିକ୍ ଋତୁ ଆସିଲେ ସବୁ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଭିଡ ଦେଖିବାକୁ ମିଳେ। ଅନେକ ଦୂରରୁ ଲୋକେ ଛୁଟି ଆସନ୍ତି ପ୍ରକୃତିର ସେହି ସୁନ୍ଦର ସୃଷ୍ଟିକୁ ଉପଭୋଗ କରିବାକୁ ।

pahadaଆଜି ଆମେ ଏମିତି ଏକ ମନୋରମ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାଉଁଠି ବଣ ପାହାଡ ଘେରା ଘଂଚ ଜଙ୍ଗଲ ମଧ୍ୟରେ କୁଳୁକୁଳୁ ନାଦରେ ପାହାଡର ଶିଖର ଉପରୁ ଝରି ପଡୁଛି ଝରଣା । ଆଉ ସେହି ରମଣିୟ ପ୍ରକୃତିର ଶୋଭାରାଜି ଦେଖିବା ପାଇଁ ପର୍ଯ୍ୟଟକ କାହିଁ କେତେ ଦୁରରୁ ଛୁଟି ଆସୁଛନ୍ତି । ଏହା କେଉଁ ଉପାନ୍ତ ଜିଲ୍ଲାର ଛବି ନୁହେଁ । ଭୁବନେଶ୍ୱରରୁ ମାତ୍ର ୧୨୦ କିମି ଦୂର, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନିଳାନ୍ଦ୍ରୀ ପଚାଂୟତର ଜିରୀପଡା ଜଳ ପ୍ରପାତ। ଯାହା ସ୍ଥାନୀୟ ଅଚଂଳରେ ଢୁଉଢୁଆ ନାମରେ ପରିଚିତ ।

jiripadaଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନିଳାନ୍ଦ୍ରୀ ପଚାଂୟତ ଜିରିପଡା ଜଳ ପ୍ରପାତ କୁ ଯିଏ ଥରେ ଦେଖିଛି ନିଶ୍ଚୟ ପୁନର୍ବାର ଆସିବାକୁ ଆଗ୍ରହ ପ୍ରକାଶ କରିବ । ଏଠାକୁ ରାଜ୍ଯର ବିଭିନ୍ନ ଜିଲ୍ଲାରୁ ବହୁ ପର୍ଯ୍ୟଟକ ଆସନ୍ତି । ଏଠାରେ ବଣଭୋଜି କରିବା ସହ ଝରଣାରେ ଗାଧୋଇବାର ମଜା ନେଇଥାନ୍ତି । କିନ୍ତୁ ଏଠାକୁ ଆସିବାକୁ ମୁଖ୍ୟ ରାସ୍ତାରୁ ୧କିମି ସରୁ ଅଣଓସାରିଆ ରାସ୍ତା ଖାଲଖମା ଥିବାରୁ ପାଦରେ ଚାଲି ଚାଲି ଯିବାକୁ ପଡିଥାଏ ।

vojiତାହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱରେ ନାମ ଫଳକ କିମ୍ବା ସଂଙ୍କେତ ନଥିବାରୁ ନାହିଁ ନଥିବା ଅସୁବିଧା ହେଉଛନ୍ତି ଏଠାକୁ ଆସୁଥିବା ପର୍ଯ୍ୟଟକ । ସ୍ଥାନୀୟ ଲୋକ କହିବା ଅନୁସାରେ ସରକାରଙ୍କ ପକ୍ଷରୁ ଏହି ସ୍ଥାନର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଗମନା ଗମନର ସୁବିଧା କରାଯାଆନ୍ତା ତାହା ହେଲେ ଏଠାକୁ ଆହୁରି ଅଧିକା ପର୍ଯ୍ୟଟକ ଆସିବାକୁ ମନ କରନ୍ତେ ।

 

ଟାଙ୍ଗୀରୁ ମନୋଜ କୁମାର ନାଇଡୁଙ୍କ ରିପୋର୍ଟ , କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.