Below header

ରାଜନୈତିକ ବିଜ୍ଞାପନ ପାଇଁ ପଦକ୍ଷେପ ଗ୍ରହଣ କଲା ଫେସ୍‌ବୁକ୍‌, ଅପଡେଟ୍‌ ହେଲା ପ୍ରାଇଭେସି ଚେକ୍‌ଅପ୍‌ ଟୁଲ୍‌

ଫେସ୍‌ବୁକ୍‌ ପୁଣି ଥରେ ଆଉ ଏକ ନୂଆ ଫିଚର ଅପଡେଟ୍‌ କରିଛି। ୨୦୨୦ ନଭେମ୍ବରରେ ହେବାକୁ ଥିବା ଆମେରିକା ନିର୍ବାଚନ ପୂର୍ବରୁ ଫେସ୍‌ବୁକ୍‌ ୟୁଜର୍ସଙ୍କ ଲାଗି ପ୍ରାଇଭେସି ଚେକ୍‌ଅପ୍‌ ଟୁଲ୍‌କୁ ଅପଡେଟ୍‌ କରିଛି। ଏହି ପରିବର୍ତ୍ତନ ରାଜନୈତିକ ବିଜ୍ଞାପନକୁ ଦୃଷ୍ଟିରେ ରଖି କରାଯାଇଛି। ଯେଉଁ ଫେସ୍‌ବୁକ୍‌ ୟୁଜର କମ୍‌ ରାଜନୈତିକ ବିଜ୍ଞାପନ ଦେଖିବାକୁ ଚାହୁଁଛନ୍ତି, ସେମାନେ ଏହି ଟୁଲ୍‌ ବ୍ୟବହାର କରିପାରିବେ। ମାତ୍ର ଫେସ୍‌ବୁକ୍‌ର ଏହି ପରିବର୍ତ୍ତନ ଲୋକଙ୍କ ଡିମାଣ୍ଡକୁ ପୂରା କରିପାରିନଥିବା ଜଣାଯାଇଛି।

Related image

ଦୁନିଆର ସବୁଠୁ ବଡ଼ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସ୍‌ବୁକ୍‌ ନିଜ ପ୍ଲାଟଫର୍ମରେ ରାଜନୈତିକ ଦୂରୁପଯୋଗକୁ ରୋକିବାରେ ବିଫଳ ହେବା ପରେ ଏହି ପଦକ୍ଷେପ କରିଥିବା ଜଣାଯାଇଛି। ଗତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଋଷର ହସ୍ତକ୍ଷେପ ନେଇ ଅଭିଯୋଗ ଓ ବ୍ରିଟିଶ୍‌ ଫର୍ମ କେମ୍ବ୍ରିଜ୍‌ ଏନାଲିଟିକାରେ ୨୦୧୬ ନିର୍ବାଚନ ବେଳେ କୋଟି କୋଟି ଫେସ୍‌ବୁକ୍‌ ୟୁଜର୍ସଙ୍କ ଡାଟା ଚୋରି ହୋଇଥିବା ଅଭିଯୋଗ ହେବା ପରେ ଫେସ୍‌ବୁକ୍‌ ନିଜ ୟୁଜରଙ୍କ ଡାଟାକୁ ସୁରକ୍ଷିତ ରଖିପାରୁନଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା।

Image result for american election 2020

ଏଣୁ ଚଳିତବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଫେସ୍‌ବୁକ୍‌ ବିଜ୍ଞାପନ ନୀତି ଉପରେ ଆଲୋଚନା ଆରମ୍ଭ କରିଛି। କାରଣ ଫେସ୍‌ବୁକ୍‌ ଅନ୍ୟ କଣ୍ଟେଣ୍ଟ ଭଳି ରାଜନୈତିକ ବିଜ୍ଞାପନ ଉପରେ ଏତେ ମାତ୍ରାରେ ଯାଞ୍ଚ ମାନକ ଲଗାଇନଥାଏ।

Image result for facebook

ଏହି ନୂଆ ଅପ୍‌ଡେଟ୍‌କୁ ନେଇ ଫେସ୍‌ବୁକ୍‌ ଦାବି କରି କହିଛି ଯେ ପ୍ରାଇଭେସି ସେଟିଂର ୪ଟି ନୂଆ ଟୁଲ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରିବ। ଫେସ୍‌ବୁକ୍‌ର କହିବା ମୁତାବକ ଫଟୋ ସେୟାରିଂ ଆପ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ମଧ୍ୟ ରାଜନୈତିକ ବିଜ୍ଞାପନକୁ କମ୍‌ ଦେଖାଇବା ପାଇଁ ନୂଆ ଟୁଲ୍‌ ଅପଡେଟ୍‌ କରାଯିବ। ପୂର୍ବରୁ ଟ୍ଵିଟର, ଗୁଗଲ, ଟିକ୍‌ଟକ୍‌, ପେଣ୍ଟଟ୍ରେଷ୍ଟ ଆଦି ଆପ୍‌ରେ ରାଜନୈତିକ ବିଜ୍ଞାପନକୁ ବ୍ୟାନ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.