ମାଲେସିଆରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବିଶ୍ୱର ୧ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କ ସମେତ ୪ ଗୁରୁତର, କାର୍‌ ଚାଳକ ମୃତ

ମାଲେସିଆରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବିଶ୍ୱର ୧ ନମ୍ବର ବ୍ୟାଡ୍‌ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତାଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ମୁତାବକ, ମୋମୋତାଙ୍କ ମାଲେସିଆ ମାଷ୍ଟର୍ସ ଟାଇଟଲ୍‌ ଜିତିବାର ମାତ୍ର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିରେ କାର୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

 

ac5

ମୋମୋତାଙ୍କ ସହ ବାକି ଲୋକ ବ୍ୟସ୍ତବହୁଳ ହାଇେଓ୍ଵରେ କୁଆଲାଲମ୍ପୁରରୁ ଅନ୍ତଃରାଷ୍ଟ୍ରୀୟ ବିମାନବନ୍ଦର ଅଭିମୁଖେ ଭ୍ୟାନ୍‌ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

ଏକ ନ୍ୟୁଜ୍‌ ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି ଯେ ମୋମୋତା ଯେଉଁ ଗାଡ଼ିରେ ଯାଉଥିଲେ, ତାହା ଏକ ଟ୍ରକ୍‌କୁ ପଛପଟୁ ପିଟିଦେଇଥିଲା। ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ର ବରିଷ୍ଠ ଅଧିକାରୀମାନଙ୍କ କହିବା ଅନୁଯାୟୀ, ଡ୍ରାଇଭରଙ୍କ ମୃତଦେହ ଏବଂ ସମସ୍ତ ଆହତଙ୍କୁ ପୁତ୍ରଜୟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ac4

ସୂଚନାଥାଉ କି, ରବିବାର କୁଆଲାଲମ୍ପୁର୍‌ରେ ମୋମୋତା ଡେନ୍‌ମାର୍କର ଭିକ୍ଟର ଏକ୍ସେଲସେନ୍‌ଙ୍କୁ ୨୪-୨୨, ୨୧-୧୧ରେ ହରାଇ ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ୍‌ ଟୁର୍ନାମେଣ୍ଟ ଜିତିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.