Below header

‘କାବୁଲ ବିମାନବନ୍ଦରରେ ପିଞ୍ଜରାରେ କଏଦ କୁକୁର ଆମ ସର୍ଭିସ୍‌ ଡଗ୍ସ ନୁହଁନ୍ତି’…, ଭାରରାଲ ଫଟୋରେ ଏମିତି ସଫେଇ ଦେଲା ଆମେରିକା

ଆଫଗାନିସ୍ତାନରୁ ଆମେରିକୀୟ ସେନାର ପ୍ରତ୍ୟାବର୍ତ୍ତନ ପରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି କି, ଆମେରିକା ନିଜର ସର୍ଭିସ୍‌ ଡଗ୍ସଙ୍କୁ କାବୁଲରେ ହିଁ ଛାଡ଼ି ଦେଇଛି ଏବଂ ନିଜେ ଦେଶକୁ ଫେରି ଆସିଛି। ସୋସିଆଲ ମିଡିଆରେ ଯେଉଁ ଫଟୋ ସାମ୍ନାକୁ ଆସିଛି, ସେଥିରେ କିଛି କୁକୁର ପିଞ୍ଜରାରେ ବନ୍ଦ ଥିବା ନଜର ଆସୁଛନ୍ତି।

ଫଟୋ ସାମ୍ନାକୁ ଆସିବା ପରେ ଆମେରିକାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପେଣ୍ଟାଗନର ପ୍ରେସ୍‌ ସେକ୍ରେଟାରୀ ଜନ୍‌ କିର୍ବି କିନ୍ତୁ ବୟାନ ଜାରି କରି ଏହା ଦାବିକୁ ଖାରଜ କରିଛନ୍ତି। ସେ କହିଛନ୍ତି, ‘ଭୁଲ୍‌ ଖବରକୁ ଠିକ୍‌ କରିବା ପାଇଁ ଏହା କହିବା ଜରୁରୀ କି, ଆମେରିକୀୟ ସେନା ଗୋଟିଏ ବି କୁକୁରକୁ ହାମିଦ୍‌ କରଜଇ ଏୟାରପୋର୍ଟରେ ଛାଡ଼ି ନାହିଁ। ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ତାହା କାବୁଲ ସ୍ମଲ୍‌ ଆନିମଲ ରେସ୍କ୍ୟୁ ଅଧୀନରେ ଉଦ୍ଧାର ହୋଇଥିବା କୁକୁରର। ଆମେରିକୀୟ ସେନାର ସର୍ଭିସ ଡଗ୍ସଙ୍କର ନୁହେଁ’।

କହି ରଖୁଛୁ, କାବୁଲ ସ୍ମଲ୍‌ ଆନିମଲ ରେସ୍କ୍ୟୁ ଏକ ପ୍ରାଣୀ ଅଧିକାର ସଙ୍ଗଠନ। ଏହା ଗତ ଏକ ବର୍ଷ ହେବ ଆଫଗାନିସ୍ତାନରେ ସକ୍ରିୟ ଅଛି। ଏହା ପ୍ରଥମେ କିଛି ପ୍ରାଣୀଙ୍କୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତର କରିବାକୁ ଯୋଜନା କରିଥିଲା, କିନ୍ତୁ ବିମାନବନ୍ଦରରେ ନିଜ ପିଞ୍ଜରାକୁ ଛାଡ଼ିବା ପାଇଁ ବାଧ୍ୟ ହୋଇଛି। କାହିଁକିନା, କୁକୁରଙ୍କୁ ସୈନ୍ୟ ବିମାନରେ ଯିବାର ଅନୁମତି ନ ଥିଲା ଏବଂ ଘରୋଇ ଚାର୍ଟର ବିମାନଗୁଡ଼ିକୁ କାବୁଲ ଯିବା ଉପରେ ମଧ୍ୟ ପ୍ରତିବନ୍ଧକ ରହିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.