ପୁଣି ଅଡୁଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ପୁଣି ଅଡୁଆରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆଗକୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ଟ୍ରମ୍ପ ନୂଆ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ ଗୋପନୀୟ ଦସ୍ତାବିଜ ମିଳିବା ମାମଲାରେ ଟ୍ରମ୍ପଙ୍କ ଉପରେ ଲାଗିଛି ନୂଆ ଅଭିଯୋଗ । ଗୋପନୀୟ ଦସ୍ତାବଜି ରଖିବା ଅଭିଯୋଗରେ ତାଙ୍କୁ ଦୋଷୀ କରାଯାଇଛି ।

ଟ୍ରମ୍ପଙ୍କ ଉପରେ ଲାଗିଛି ୭ ଅଭିଯୋଗ । ଏହି ମାମଲାରେ ଜୁନ ୧୩ରେ କୋର୍ଟରେ ହାଜର ହେବେ ଟ୍ରମ୍ପ । ଟ୍ରମ୍ପ ଆଉଥରେ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହାନ୍ତି । ତାଙ୍କ ଉପରେ ଲାଗିଥିବା ଏହି ଅଭିଯୋଗ ଟ୍ରମ୍ପଙ୍କ ଅଡୁଆ ଅଧିକ ବଢାଇପାରେ । ପୂର୍ବରୁ ମଧ୍ୟ ପର୍ଣ୍ଣଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଟଙ୍କା ଦେବା ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

୨୦୨୧ରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ହାରିଯାଇଥିଲେ । ଏହାପରେ ହ୍ଵାଇଟ ହାଉସର କେତେକ ଗୋପନୀୟ ଦସ୍ତାବିଜ ସେ ନିଜ ଘରକୁ ନେଇଯାଇଥିଲେ । FBI ଅଗଷ୍ଟରେ ସେଠାରୁ ୧୧ହଜାର ଦସ୍ତାବଜି ଜବତ କରିଥିଲେ । ତେବେ ଟ୍ରମ୍ପଙ୍କ ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇଛି । ସେ ନିର୍ଦ୍ଦୋଷ ବୋଲି କହିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.