ଚଳିତ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ଆଜି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର

ରେକର୍ଡ ହେଲା ଦିନର ସର୍ବୋଚ୍ଚ ତାପମାତ୍ରା। ଆଜି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ପାରଦ ଛୁଇଁଛି ୪୫.୬ ଡିଗ୍ରୀ ସେଲସିୟସ। ଯାହା ସ୍ୱାଭାବିକ ଦିନ ତାପମାତ୍ରା ଠାରୁ ୫.୯ ଡିଗ୍ରୀ ଅଧିକ। ୨୨ ସହରରେ ପାରଦ ଟପିଛି ୪୦ ଡିଗ୍ରୀ।

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷର ରେକର୍ଡ ଭାଙ୍ଗିଲା ତାତି। ରେକର୍ଡ ହେଲା ଦିନର ସର୍ବୋଚ୍ଚ ତାପମାତ୍ରା। ଆଜି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ପାରଦ ଛୁଇଁଛି ୪୫.୬ ଡିଗ୍ରୀ ସେଲସିୟସ। ଯାହା ସ୍ୱାଭାବିକ ଦିନ ତାପମାତ୍ରା ଠାରୁ ୫.୯ ଡିଗ୍ରୀ ଅଧିକ। ୨୨ ସହରରେ ପାରଦ ଟପିଛି ୪୦ ଡିଗ୍ରୀ।

ସମ୍ବଲପୁରରେ ତାପମାତ୍ରା ୪୫.୨ ଡିଗ୍ରୀ ସେଲସିୟସ ରହିଛି। ସ୍ୱାଭାବିକ ତାପମାତ୍ରା ଠାରୁ ଏହା ୫.୧ ଡିଗ୍ରୀ ଅଧିକ। ସୋନପୁରରେ ୪୪.୮, ହୀରାକୁଦରେ ୪୪.୭, ବୌଦ୍ଧରେ ୪୪.୬, ବଲାଙ୍ଗିରରେ ୪୪.୪, ସୁନ୍ଦରଗଡ଼ରେ ୪୩.୫, ରାଉରକେଲା ଓ ଭବାନୀପାଟଣାରେ ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।

ରାଜ୍ୟରେ ଜାରି ରହିିଛି ଅସହ୍ୟ ଗ୍ରୀଷ୍ମ ଲହରୀ। ସକାଳ ୯ଟାରୁ ପ୍ରବଳ ଗରମ ଓ ଗୁଳୁଗୁଳିର ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗାମୀ ୪ରୁ ୫ଦିନ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବହୁ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି। ଟାଣ ଖରା ପାଇଁ କାଲି ୬ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ସୁନ୍ଦରଗଡ଼ ଓ କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.