ଧର୍ମାନ୍ତରଣ ପାଇଁ ବଲିଉଡ ଦାୟୀ, ବ୍ରାହ୍ମଣଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ମୁସଲମାନ : ନିୟାଜ ଖାନ୍‌

ଦେଶରେ ଏବେ ଧର୍ମାନ୍ତରଣ ବିଷୟ ସବୁରି ମୁହଁରେ । ଏହାକୁ ନେଇ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ କାଡର ଆଇଏଏସ୍‌ ଅଧିକାରୀ ନିଆଜ ଖାନ୍‌ । ଧର୍ମାନ୍ତରଣ ସମ୍ପର୍କରେ କହିବାକୁ ଯାଇ ନିୟାଜ ଖାନ କହିଛନ୍ତି ଯେ ଏଥିପାଇଁ ବଲିଉଡ ଦାୟୀ । ଏସବୁ ସେଇଠୁ ଆରମ୍ଭ ହୋଇଛି ।

ନୂଆଦିଲ୍ଳୀ : ଦେଶରେ ଏବେ ଧର୍ମାନ୍ତରଣ ବିଷୟ ସବୁରି ମୁହଁରେ । ଏହାକୁ ନେଇ ମୁହଁ ଖୋଲିଛନ୍ତି ମଧ୍ୟପ୍ରଦେଶ କାଡର ଆଇଏଏସ୍‌ ଅଧିକାରୀ ନିଆଜ ଖାନ୍‌ । ଧର୍ମାନ୍ତରଣ ସମ୍ପର୍କରେ କହିବାକୁ ଯାଇ ନିୟାଜ ଖାନ କହିଛନ୍ତି ଯେ ଏଥିପାଇଁ ବଲିଉଡ ଦାୟୀ । ଏସବୁ ସେଇଠୁ ଆରମ୍ଭ ହୋଇଛି ।

ଧର୍ମାନ୍ତରଣ ଆଦୌ ଠିକ ନୁହେଁ, ସେଠାରେ ବଡ଼ ଅଭିନେତାମାନେ ହିନ୍ଦୁଙ୍କୁ ଧର୍ମାନ୍ତରଣ କରାଇଛନ୍ତି । ଆଜି ବି ଏହିସବୁ ଚାଲୁଛି, ନିଜର ଧର୍ମକୁ ଅନ୍ୟ ଧର୍ମ ଉପରେ ରଖିବା ବିଲକୁଲ ଭୁଲ କଥା । ଯଦି ଏତେ ପ୍ରେମ ଓ ବିବାହ ଏକ ମଜବୁରୀ ତେବେ ଉଭୟ ନିଜ ନିଜ ଧର୍ମରେ ରହିବାରେ ଅସୁବିଧା କ’ଣ ? ବଲିଉଡ ଆମ ଦେଶର ରୋଲ ମଡେଲ ।

ଲୋକେ କଳାକାରଙ୍କୁ ଭଗବାନ ଭଳି ମାନନ୍ତି । ଲୋକେ ପଶ୍ଚିମ ସଂସ୍କୃତିକୁ ନକଲ କରୁଛନ୍ତି । ଫିଲ୍ମରେ ନଗ୍ନତାକୁ ନେଇ ମଧ୍ୟ ନିୟାଜ ପ୍ରଶ୍ନ କରିଛନ୍ତି । ଏହି ପ୍ରକାର ଫିଲ୍ମ ଆମର ସଭ୍ୟତାକୁ ନଷ୍ଟ କରୁଛି, ଯୁବ ପିଢ଼ି ନଷ୍ଟ ହେଉଛନ୍ତି ।

ବଲିଉଡ ହଲିଉଡର ନକଲ ବନ୍ଦ କରିବା ଉଚିତ୍‌ :

ବଲିଉଡ ଦେଶଭକ୍ତି ନିଜ ମଧ୍ୟରେ ସୃଷ୍ଟି କରିବା କଥା । ହଲିଉଡକୁ ନକଲ କରି ବଲିଉଡ ଆମ ସଂସ୍କୃତିକୁ କଳଙ୍କିତ କରୁଛି । ତେଣୁ ବଲିଉଡ ଉପରେ କଡା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ।

ମୁସଲମାନ ଗୋ ରକ୍ଷକ ହୋଇଯିବେ ତ ଗୋ ହତ୍ୟା ହେବନି :

ଖାନ୍‌ ନିଜର ଟ୍ଵିଟରେ ୩ଟି କଥା କହିଛନ୍ତି । ପ୍ରଥମ –‘ମୁସଲମାନ ଭାଇଙ୍କୁ ଗୋ ରକ୍ଷକ ହେବା ଜରୁରୀ ।’ ଦ୍ୱିତୀୟ-‘ସେମାନେ ଶାକାହାରୀ ହେବାକୁ ଚେଷ୍ଟା କରିବା ଉଚିତ୍‌ । ତେବେ ଏହା ବାଧ୍ୟବାଧକତା ନୁହେଁ । ଏହା ନିଜ ଇଚ୍ଛାରେ ହେବା ଜରୁରୀ ।’ ତୃତୀୟ- ‘ବ୍ରାହ୍ମଣଙ୍କ ସହ ଭଲ ସମ୍ପର୍କ ବଢ଼ାଇବା ଊଚିତ୍‌ ।’

ସେ ତାଙ୍କର ଏହି ଟ୍ଵିଟରେ ଯୁକ୍ତି ମଧ୍ୟ ଦର୍ଶାଇଛନ୍ତି । ବହୁ ମୁସଲମାନ ଗୋ ସେବା ମଧ୍ୟ କରୁଛନ୍ତି । କିଛି ହାତ ଗଣତି ଲୋକ ହିଁ ଗୋ ହତ୍ୟା କରୁଛନ୍ତି । ଯଦି ମୁସଲମାନ ଗୋ ରକ୍ଷକ ବନିଯିବେ ତ ଗୋ ରକ୍ଷା ହୋଇଯିବ ।

ବ୍ରାହ୍ମଣଙ୍କ ସହ ଭଲ ସମ୍ପର୍କ ବନାନ୍ତୁ ମୁସଲାମାନ :

ଖାନ୍‌ ଆହୁରି କହିଛନ୍ତି, ବ୍ରାହ୍ମଣଙ୍କ ଆଶିର୍ବାଦ ଯୋଗୁ ଆମ ଦେଶରେ ଶାନ୍ତି ବନି ରହିଛି । ତେଣୁ ମୁସଲାମାନଙ୍କୁ ବ୍ରାହ୍ମଣଙ୍କ ସହ ଭଲ ସମ୍ପର୍କ ବନାଇବା ଉଚିତ୍‌ । କୌଟଲ୍ୟଙ୍କ ଭଳି ବ୍ରାହ୍ମଣ ଭାରତ ପାଇଁ ଏକ ମହାନ ଉଦାହରଣ ।

ଖାନ୍‌ ଆହୁରି କହିଛନ୍ତି, ମୋର ଟ୍ଵିଟ ରାଜନୈତିକ ନୁହେଁ, ମୁଁ ସ୍ୱତନ୍ତ୍ର, ଏହା ମୋର ନିଜସ୍ୱ । ଆପଣ କ’ଣ ହିନ୍ଦୁ ଧର୍ମ ଆପଣାଇବେ ପ୍ରଶ୍ନର ଉତ୍ତରରେ –‘ଆଦୌ ନୁହେଁ, ମୋର ଦୁଇ ଆଦର୍ଶ । ଜଣେ ମହମ୍ମଦ ସାହବ ଓ ଅନ୍ୟ ଜଣେ ଚାଣକ୍ୟ । ମୁଁ ମୁସଲମାନ, ମୁସଲମାନ ରହିବି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.