Below header

କଶ୍ମୀର ପ୍ରସଙ୍ଗରେ ପୁଣି ପ୍ରତିକ୍ରିୟା ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କହିଲେ ‘ଯଦି ଭାରତ-ପାକିସ୍ତାନ ଚାହାନ୍ତି ତେବେ ମଧ୍ୟସ୍ଥତା କରିବାକୁ ମୁଁ ପ୍ରସ୍ତୁତ’

କଶ୍ମୀର ପ୍ରସଙ୍ଗରେ ପୁଣି ପ୍ରତିକ୍ରିୟା ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ରାଜି କହିଛନ୍ତି ଟ୍ରମ୍ପ । ଯଦି ଭାରତ-ପାକିସ୍ତାନ ଚାହାନ୍ତି, ତେବେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କୁ ଭେଟିବା ପୂର୍ବରୁ ସାମ୍ବାଦିକଙ୍କ ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି ଟ୍ରମ୍ପ । କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ଗ୍ରହଣ କରାଯିବ ନାହିଁ ବୋଲି ଭାରତ ବାରମ୍ବାର କହି ଆସୁଛି । ଗତକାଲି ଇମ୍‌ରାନ୍‌ ଖାନ୍‌ଙ୍କୁ ଭେଟିବା ପରେ ଆଜି ଜାତିସଂଘ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡୋନାଲ୍ଡ ଟ୍ରମ୍ପକୁ ଭେଟିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.