ଇଣ୍ଡଷ୍ଟ୍ରି ଫିଡ୍‌ ବ୍ୟାକ୍‌କୁ ନେଇ ସରକାର ବିଦ୍ୟୁତ୍‌ ରୁଲ୍‌ସ ୨୦୨୦ରେ ପରିବର୍ତ୍ତନ କରୁଛନ୍ତି କି?, ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ

କେନ୍ୟୁଜ୍(ବ୍ୟୁରୋ):  ଲୋକସଭାରେ ଏକ ଅଣତାରକା ପ୍ରଶ୍ନରେ ବିଦ୍ୟୁତ୍‌ (ଗ୍ରାହକ ଅଧିକାର ସୁରକ୍ଷା) ରୁଲ୍‌ସ ପ୍ରସଙ୍ଗ ଉଠାଇଥିଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ସ୍ୱାଧୀନଭାବେ ଦାୟିତ୍ୱରେ ଥିବା ନୂଆ ଓ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଆର.କେ.ସିଂହଙ୍କୁ ପ୍ରଶ୍ନ କରିଥିଲେ ସାଂସଦ। ଇଣ୍ଡଷ୍ଟ୍ରି ଫିଡ୍‌ ବ୍ୟାକ୍‌କୁ ନେଇ ସରକାର ବିଦ୍ୟୁତ୍‌(ଗ୍ରାହକ ଅଧିକାର ସୁରକ୍ଷା) ରୁଲ୍‌ସ ୨୦୨୦ରେ ପରିବର୍ତ୍ତନ କରୁଛନ୍ତି କି? ଯଦି ହଁ ତେବେ ତାର ତଥ୍ୟ କଣ ଏବଂ ଯଦି ନାହିଁ ତେବେ କାହିଁକି? ମନ୍ତ୍ରୀ ଆର.କେ.ସିଂହଙ୍କ ଉତ୍ତର ଥିଲା, ଇଣ୍ଡଷ୍ଟ୍ରି ଫିଡ୍‌ ବ୍ୟାକ୍‌ର ଅନୁଧ୍ୟାନ କରାଯାଉଛି। ବିଚାରବିମର୍ଶ ପରେ ବିଦ୍ୟୁତ୍‌(ଗ୍ରାହକ ଅଧିକାର ସୁରକ୍ଷା) ରୁଲ୍‌ସ ୨୦୨୦ରେ ଆବଶ୍ୟକ ସଂଶୋଧନ କରାଯିବ।

dr achyuta samanta 1

ସାଂସଦଙ୍କ ପ୍ରଶ୍ନ ଥିଲା ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍‌ ସୌରଶକ୍ତି ଲକ୍ଷ୍ୟ ହାସଲ ପଥରେ କାମ ଚାଲିଛି କି? ମନ୍ତ୍ରୀଙ୍କ ଉତ୍ତର ଥିଲା ୨୦୨୨ ସୁଦ୍ଧା ୧୭୫ ଗିଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ପାଇଁ ଲକ୍ଷ୍ୟ ରହିଛି। ସେଥିରୁ ୧୦୦ ଗିଗାୱାଟ୍‌ ସୌର ଶକ୍ତି ରହିଛି। ବର୍ତ୍ତମାନ ସୁଦ୍ଧା ୩୭.୪୭ ଗିଗାୱାଟ୍‌ କାର୍ଯ୍ୟକ୍ଷମ ହେଲାଣି, ୩୬.୯ ଗିଗାୱାଟ୍‌ କ୍ଷମତା କାର୍ଯ୍ୟକାରୀ ହେବାର ବିଭିନ୍ନ ପର୍ଯ୍ୟୟରେ ରହିଛି ଓ ୧୮.୪୬ ଗିଗାୱାଟ କ୍ଷମତା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି। ତେଣୁ ୨୦୨୨ ସୁଦ୍ଧା ମୋଟ ୯୨. ୬୨ ଗିଗାୱାଟ୍‌ କ୍ୟାପାସିଟି କାର୍ଯ୍ୟରେ ଲାଗିଥିବ କିମ୍ବା କାର୍ଯ୍ୟକାରୀ ହେବା ପ୍ରକ୍ରିୟାରେ ଥିବ। ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆଉ ଏକ ପ୍ରଶ୍ନ ଥିଲା ଦେଶରେ ବର୍ତ୍ତମାନ ରୁଫ ଟଫ୍‌ ସୌରଶକ୍ତି କ୍ଷମତା କେତେ। ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଦେଶରେ ୩.୭୩ ଗିଗାୱାଟର ରୁଫଟଫ୍‌ ସୌରଶକ୍ତି କ୍ୟାପାସିଟି ଥିବା ମନ୍ତ୍ରୀ ଆର.କେ.ସିଂହ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.