କେନ୍ଦୁଝର: ଏକ ସମୟରେ ଗୋଟିଏ ଦିନରେ ଗାଁର ଦୁଇ ନାବାଳିକା ନିଖୋଜ, ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଅଭିଯୋଗ କଲେ ପରିବାର ଲୋକେ

କେନ୍ଦୁଝର(କେନ୍ୟୁଜ୍):  ଜଣେ ଝିଅ ଘରେ ଥିଲା ଆଉ ଜଣେ ଝିଅ ଟ୍ୟୁସନ ଯାଇଥିଲା । କିନ୍ତୁ ଏକା ଦିନ ଏକ ସମୟରେ ଗୋଟିଏ ଗ୍ରାମର ଦୁଇ ଜଣଙ୍କ ପରିବାର ଏହି ଦୁଇ ଝିଅ ନିଖୋଜ ହୋଇ ଯାଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଡିମ୍ବ ପଞ୍ଚାୟତର ତେନ୍ତୁଳିନଣ୍ଡା ଗ୍ରାମରେ । ଏହି ଦୁଇ ନାବାଳିକା ଝିଅ ନିଖୋଜ ନେଇ ବହୁ ଖୋଜା ଖୋଜି ପରେ ଦୁଇ ପରିବାର ଟାଉନ ଥାନାର ଆଶ୍ରୟ ନେଇଛନ୍ତି। ଖବର ଅନୁସାରେ ଗତ ଜାନୁଆରୀ ମାସ ୧୫ ତାରିଖ ଦିନ ଉକ୍ତ ଗ୍ରାମର ଏହି ଦୁଇ ନାବାଳିକା ଝିଅ ଦୁଇଜଣ ନିଖୋଜ ହୋଇଥିଲେ ।keonjhar 1

ଘର ଲୋକେ ଖୋଜା ଖୋଜି ପରେ ଟାଉନ ଥାନାରେ ଏତଲା ଦେଇଥିଲେ । ଘର ଲୋକେ ନିଜ ଆଡୁ ଖୋଜ ଖବର ନେବାରୁ ଦୁଇ ଜଣ ବାଂଲାଦେଶୀ ଯୁବକ ଏହି ଘଟଣା ଘଟାଇଥିବା ସନ୍ଦେହ କରି ଥାନାରେ ଜଣାଇଥିଲେ । କିନ୍ତୁ ଟାଉନ ଥାନା ୨୮ ନମ୍ବର କେସ୍ ରୁଜ୍ଜୁ କରି  ଚୁପ ବସିଥିବା  ଘରଲୋକେ ଅଭିଯୋଗ କରିଛନ୍ତି । ଏତେଦିନ ପରେ ମଧ୍ୟ ପୋଲିସର ହାତ ଖାଲି ନେଇ ଚିନ୍ତାରେ ପରିବାର ।

keonjhar 2

ଏହି ଖବର ପାଇ ସଦର ବିଧାୟକଙ୍କ ସହ ବିଜେପିର ଏକ ପ୍ରତିନିଧି ଦଳ ନିଖୋଜ ପରିବାରର ଲୋକଙ୍କୁ ଭେଟି ଖବର ନେଇଥିଲେ । ଏହାପରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଆପତ୍ତି ଜଣାଇବା ସହ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନନେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି  ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପଚାରିବାରୁ କେସ୍ ରୁଜୁ କରାଯାଇଛି, ଯଥାଶୀଘ୍ର ନିଖୋଜ ବାଳିକାଙ୍କୁ ବାହାର କରି ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.