ପ୍ରଳୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ । ଧାମରା ଅବଦୁଲ କଲାମ ଦ୍ବୀପରୁ ସକାଳ ୯.୫୦ରେ ପ୍ରଳୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।

ଡିଆରଡିଓ ପକ୍ଷରୁ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ ସଫଳ । ଧାମରା ଅବଦୁଲ କଲାମ ଦ୍ବୀପରୁ ସକାଳ ୯.୫୦ରେ ପ୍ରଳୟର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।

ପ୍ରଳୟର ଓଜନ ପାଖାପାଖି ୩୫୦ରୁ ୭୦୦ କିଲୋଗ୍ରାମ ଓଜନର ଅସ୍ତ୍ରଶସ୍ତ୍ର ନେବାର ସକ୍ଷମ । ଯଦି ଏଲଓସି ନିକଟରେ ଏହାକୁ ମରାଯାଏ, ତେବେ ଚୀନର ଗୁପ୍ତ ସୁଡଙ୍ଗ, ତୋପା ସବୁକିଛି ନଷ୍ଟ କରିଦେବ । ଏହାକୁ ୨୦୧୫ରୁ ନିର୍ମାଣ କରାଯାଉଥିଲା । ଏହାର ପରୀକ୍ଷଣ ଗତବର୍ଷ ୨୦୨୨ରେ ୨୧ ଏବଂ ୨୨ ଡିସେମ୍ବରରେ ମଧ୍ୟ ହୋଇସାରିଛି ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲାଷ୍ଟିକ ମିସାଇଲ ‘ପ୍ରଳୟ’ର ଓଜନ ୫ ଟନ୍‌ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଓ ସମନ୍ଵିତ ଆଭିଓନିକ୍ସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.