Below header

ପୁରୀ ଅଭିମୁଖେ ମହେଶ୍ବରଙ୍କ ପାର୍ଥିବ ଶରୀର, ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

ପୁରୀ ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ। ଶଙ୍ଖ ଭବନରେ ଶେଷ ଦର୍ଶନ କରି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।

ପୁରୀ (କେନ୍ୟୁଜ): ମହାଯାତ୍ରାରେ ମହେଶ୍ବର । ପୁରୀ ଅଭିମୁଖେ ମହେଶ୍ବର ମହାନ୍ତିଙ୍କ ପାର୍ଥିବ ଶରୀର। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ କରାଯିବ। ଶଙ୍ଖ ଭବନରେ ଶେଷ ଦର୍ଶନ କରି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭାରେ ମହେଶ୍ବର ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଏହାପରେ ପୁରୀ ଅଭିମୁଖେ ତାଙ୍କ ପାର୍ଥିବ ଶରୀରକୁ ନିଆଯାଉଛି। ବାଟରେ ପିପିଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମହେଶ୍ବରଙ୍କ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପିପିଲି ବିଧାୟକ ରୁଦ୍ର ମହାରଥିଙ୍କ ସମେତ ବହୁ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଭୋର ୩ଟା ୨୫ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ବ୍ରେନ୍ ଷ୍ଟ୍ରୋକରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଗତ ନଭେମ୍ବର ୧ ତାରିଖରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.