ଶାହରୁଖଙ୍କ ଗୀତ ‘ଚଲେୟା’ରେ ନାଚିଲେ ବିରାଟ, ଅଟଲି କହିଲେ- ‘OMG’

ବିରାଟ କୋହଲିଙ୍କ ଏକ ଭିଡିଓ ଆଇସିସି ୱାର୍ଲଡ କପ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛି । କ୍ୟାପ୍ସନରେ ଲେଖାଯାଇଛି- ଶାହରୁଖ ଖାନଙ୍କୁ କମ୍ପିଟିସନ ମିଳିଗଲା ।

ନିକଟରେ ଶାହାରୁଖ ଖାନଙ୍କ ରିଲିଜ ହୋଇଥିବା ଫିଲ୍ମ ‘ଜୱାନ’ର ‘ଚଲେୟା’ ଗୀତରେ କେବଳ ଫ୍ୟାନମାନେ ପାଗଳ ନୁହଁନ୍ତି, ବରଂ ବିରାଟ କୋହଲି ମଧ୍ୟ ଏହି ଗୀତରେ ନାଚୁଥିବାର ଦେଖାଯାଇଛି । ବାସ୍ତବରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କ୍ରିକେଟ୍ ଫିଲ୍ଡରେ ଶାହାରୁଖ ଖାନଙ୍କ ଗୀତ ‘ଚଲେୟା’ରେ ହୁକ ଷ୍ଟେପ କରୁଥିବାର ନଜର ଆସିଛନ୍ତି ।

 

 

View this post on Instagram

 

A post shared by ICC (@icc)


ବିରାଟ କୋହଲିଙ୍କ ଏହି ଭିଡିଓ ଆଇସିସି ୱାର୍ଲଡ କପ୍ ନିଜ ସୋସିଆଲ ମିଡିଆରେ ସେୟାର କରିଛି । କ୍ୟାପ୍ସନରେ ଲେଖାଯାଇଛି- ଶାହରୁଖ ଖାନଙ୍କୁ କମ୍ପିଟିସନ ମିଳିଗଲା । ଏହି ଭିଡିଓ ଦେଖି ଫ୍ୟାନମାନେ ବିରାଟଙ୍କର ଖୁବ ପ୍ରଶଂସା କରୁଛନ୍ତି । ଖାଲି ଫ୍ୟାନ୍ସ ନୁହେଁ ବରଂ ‘ଜୱାନ’ ଫିଲ୍ମର ନିର୍ଦେଶକ ଅଟଲି କୁମାର ମଧ୍ୟ ବିରାଟଙ୍କ ଏହି ଭିଡିଓରେ ରିଆକ୍ଟ କରିଛନ୍ତି । ଅଟଲି ଏହି ଭିଡିଓକୁ ରି-ସେୟାର କରି ଲେଖିଛନ୍ତି ‘OMG’ ଏବଂ ଏହା ସହ ସେ ଅନେକ ହାର୍ଟ ଇମୋଜୀ ମଧ୍ୟ ଦେଇଛନ୍ତି ।

 


‘ଚଲେୟା’ ଗୀତରେ ବିରାଟ କୋହଲିଙ୍କ ଡ୍ୟାନ୍ସ ଦେଖିବା ପରେ ଫ୍ୟାନମାନେ ବହୁତ ଖୁସି ହୋଇଯାଇଛନ୍ତି ଏବଂ ଖୁବ ରିଆକ୍ସନ ମଧ୍ୟ ଦେଉଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି- ‘କିଙ୍ଗ କୋହଲି x କିଙ୍ଗ ଖାନ।’ ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି- ‘ରାଜାମାନଙ୍କର ରାଜା।’ ଏହା ବ୍ୟତୀତ ଜଣେ ପ୍ରଶଂସକ ଲେଖିଛନ୍ତି – ‘ତାଙ୍କୁ କିପରି କେହି ଘୃଣା କରିପାରିବ, ସେ ଭାରତ ପାଇଁ ଏକ ଆଶୀର୍ବାଦ।’

ସୂଚନାଯୋଗ୍ୟ, ଚଳିତ ବର୍ଷ ୭ ସେପ୍ଟେମ୍ବରରେ ଫିଲ୍ମ ‘ଜୱାନ’ ରିଲିଜ ହୋଇଥିଲା । ଫିଲ୍ମଟି ରିଲିଜ ହେବା ମାତ୍ରେ ହି ବକ୍ସଅଫିସରେ ଧମାଲ ମଚେଇଥିଲା । ଫିଲ୍ମଟି ୱାର୍ଲଡ ୱାଇଡ ୧୧୪୦ କୋଟିର ଇନକମ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.